ETV Bharat / sports

ପେଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ, ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ - ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ବିୟୋଗ ନେଇ କହିଲେ ଖେଳ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷଭ ପନ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷଭ ପନ୍ତ
author img

By

Published : Dec 30, 2022, 7:56 PM IST

ହାଇଦ୍ରାବାଦ: ଡାକ୍ତରଙ୍କ ସୂଚନା ଅନୁଯାୟୀ ଋଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ମୋଦି ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ଦେହାନ୍ତ ବାବଦରେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

  • The passing away of Pelé leaves an irreplaceable void in the world of sports. A global football superstar, his popularity transcends boundaries. His outstanding sporting performances and success will keep inspiring the coming generations. Condolences to his family and fans. RIP.

    — Narendra Modi (@narendramodi) December 30, 2022 " class="align-text-top noRightClick twitterSection" data=" ">

ଭାରତର ଏହି ୱିକେଟ କିପର ବ୍ୟାଟର ପନ୍ତଙ୍କ ପାଇଁ ମୋଦି ଲେଖିଛନ୍ତି "ଋଷଭ ପନ୍ତଙ୍କ କାର ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।" ସେହିପରି ବ୍ରାଜିଲ ଫୁଟବଲର ପେଲେଙ୍କ ପାଇଁ ମୋଦି ଲେଖିଛନ୍ତି "ପେଲେଙ୍କ ଦେହାନ୍ତ ପରେ ଖେଳ ଜଗତରେ ଅପୁରଣୀୟ କ୍ଷତି ଘଟିଛି । ସେ ଫୁଟବଲର ସୁପରଷ୍ଟାର ଥିଲେ । ତାଙ୍କର ଲୋକପ୍ରିୟତା ପୁରା ବିଶ୍ବରେ ରହିଥିଲା । ଫୁଟବଲରେ ଛାଡିଯାଇଥିବା ପେଲେଙ୍କ ପ୍ରତିଭା ଏବଂ ତାଙ୍କର ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି ।"

  • Distressed by the accident of noted cricketer Rishabh Pant. I pray for his good health and well-being. @RishabhPant17

BCCI ସଚିବ ଜୟ ଶାହା(Jay Shah) କହିଛନ୍ତି ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ଜୟ ଶାହା ଟ୍ବିଟ କରି ଲେଖିଛନ୍ତି ଯେ "ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପନ୍ତ ଭାରତ ବାଂଲାଦେଶ ଟେଷ୍ଟ ସିରିଜର ସଦସ୍ୟ ରହିଥିଲେ। ଯେଉଁଥିରେ ଭାରତ ବାଂଲାଦେଶ ମାଟିରେ ୨-୦ରେ ସିରିଜ କ୍ଲିନ୍‌ସ୍ବିପ କରିଥିଲା । ପନ୍ତ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୯୩ ରନର ଇନିଂସ ଖେଳିଥିଲେ । ସେପଟେ ପନ୍ତଙ୍କ ଦୁର୍ଘଟଣା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.