ETV Bharat / sports

ଜୁଲାଇ 13ରେ ଟୋକିଓ ଆଥଲେଟଙ୍କ ସହିତ କଥା ହେବେ ମୋଦି - ଟୋକିଓ ଆଥଲେଟ

ଜୁଲାଇ 13ରେ ଟୋକିଓକୁ ଟିକେଟ ପାଇଥିବା ଭାରତୀୟ ଆଥଲେଟଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jul 9, 2021, 12:32 PM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ଆଉ ମାତ୍ର ଦୁଇ ସପ୍ତାହ ରହିଲା । ଦିନ ଯେତେ ପାଖଉଛି ଖେଳାଳିଙ୍କ ମଧ୍ୟରେ ସେତେ ଉତ୍କଣ୍ଠା ବଢୁଛି । ସେମାନଙ୍କ ଉତ୍ସାହକୁ ଆଉ ଟିକେ ବଢାଇବାକୁ ଟୋକିଓ ଟିକେଟ ପାଇଥିବା ସମସ୍ତ ଆଥଲେଟଙ୍କ ସହିତ ଜୁଲାଇ 13ରେ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି ।

ଭିଡିଓ କନଫରେନ୍ସ ଜରିଆରେ ସନ୍ଧ୍ୟା 5ଟା ସମସ୍ତ ଆଥଲେଟଙ୍କ ସହିତ କଥା ହେବେ ମୋଦି । ସରକାରୀ ବିବୃତ୍ତିରୁ ଜଣା ପଡିଛି ଯେ 115ରୁ ଅଧିକ ଜଣ ଆଥଲେଟ ଟୋକିଓ ଅଲିମ୍ପିକ ପାଇଁ ଟିକେଟ ପାଇଛନ୍ତି । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅଲିମ୍ପିକ ଖେଳା ଯିବାକୁ ସୂଚୀ ପ୍ରସ୍ତୁତ ହୋଇଛି । ଏହା ପୂର୍ବ ବର୍ଷ ଖେଳାଯିବାକୁ ସ୍ଥିର ହୋଇଥିଲା ମାତ୍ର କୋରୋନା ପାଇ ସ୍ଥଗିତ ରଖାଯାଇଥିଲା ।

ଅଧିକ ପଢନ୍ତୁ; ଅଲମ୍ପିକରେ ସ୍ବର୍ଣ୍ଣ ଜିତିଲେ ମିଳିବ 6 କୋଟି: ମୁଖ୍ୟମନ୍ତ୍ରୀ

ମେ ମାସରେ ଟୋକିଓରେ ସଂକ୍ରମଣ ହାର ଉପରମୁହାଁ ରହିଛି । ଯାହାକୁ ନେଇ ଉଭୟ ଆୟୋଜକ ଓ ଜାପାନ ସରକାର ଚିନ୍ତାରେ ପଡିଛନ୍ତି । ଶେଷରେ ବିନା ଦର୍ଶକରେ ଅଲିମ୍ପିକ ଆୟୋଜନ କରିବା ନେଇ ଗୁରୁବାର ନିଷ୍ପତ୍ତି ହୋଇଛି । ଏହା ସହିତ ଅଗଷ୍ଟ 22 ଯାଏଁ ଟୋକିଓରେ ଜରୁରୀକାଳୀନ ପରିସ୍ଥତି ଜାରି ରହିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଘୋଷଣା କରିଛନ୍ତି ।

ପ୍ରକାଶ ଥାଉ କି, ଆସନ୍ତା 17 ତାରିଖରେ ଟୋକିଓ ଯାତ୍ରା କରିବ ଭାରତୀୟ ଅଲିମ୍ପିକ ସଂଘ । ରିଓ ଅଲିମ୍ପିକ 2016ରେ 117ଜଣ ଆଥଲେଟଙ୍କୁ ଟିକେଟ ମିଳିଥିଲା । ଏଥର 115ଜଣ ଅଟଲେଟଙ୍କୁ ଟୋକିଓ ଟିକେଟ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.