ETV Bharat / sports

ଅଲମ୍ପିକ୍ସ: ଆଥଲେଟଙ୍କୁ ଉପଲବ୍ଧ ସୁବିଧାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

author img

By

Published : Jul 9, 2021, 3:59 PM IST

ଟୋକିଓ ଅଲମ୍ପିକ୍ସ 2020ରେ ଭାରତୀୟ ଖେଳାଳିଙ୍କୁ ଉପଲବ୍ଧ ହେବାକୁ ଥିବା ସୁବିଧାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

PM Modi discusses vaccination status, logistical details of Tokyo-bound athletes
ଅଲମ୍ପିକ୍ସ: ଆଥଲେଟଙ୍କୁ ଉପଲବ୍ଧ ସୁବିଧାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର ଦୁଇସପ୍ତାହରୁ କମ ସମୟ ବାକି । ଖେଳାଳିଙ୍କ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଟୋକିଓ ଅଲମ୍ପିକ୍ସ 2020ରେ ଭାରତୀୟ ଖେଳାଳିଙ୍କୁ ଉପଲବ୍ଧ ହେବାକୁ ଥିବା ସୁବିଧାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।

ଟୋକିଓ ଯୋଗ୍ୟ ଆଥଲେଟଙ୍କୁ ଲଜିଷ୍ଟିକ ବିବରଣୀ, ଟିକାକରଣ ସ୍ଥିତି, ବହୁମୁଖୀ ସମର୍ଥନ ଉପଲବ୍ଧ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

  • Reviewed preparations for facilitation of India’s contingent at @Tokyo2020. Discussed the logistical details, their vaccination status, the multi-disciplinary support being given. pic.twitter.com/JELGZsls3X

    — Narendra Modi (@narendramodi) July 9, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟଙ୍କ ସହ ଜୁଲାଇ 13 ସନ୍ଧ୍ୟା 5.00ଟାରେ ଭର୍ଚୁଆଲ ମାଧ୍ୟମରେ କଥା ହେବା ନେଇ ମଧ୍ୟ ସୂଚୀ ରହିଛି । ଦେଶର 130 କୋଟି ଲୋକଙ୍କ ତରଫରୁ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସହ ଜୁଲାଇ 13ରେ କଥାହେବି ଓ ସେମାନଙ୍କୁ ଶୁଭେଚ୍ଛା ଜଣାଇବି ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମେଗା କ୍ରୀଡା ଇଭେଣ୍ଟରେ ଦେଶର ପ୍ରତିନିଧିତ୍ବ କରିବା ପୂର୍ବରୁ ଆଥଲେଟମାନଙ୍କୁ ଉତ୍ସାହିତ କରିବେ । ଏଯାବତ 155 ଭାରତୀୟ ଆଥଲେଟ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଏହି ବହୁଦେଶୀୟ ପ୍ରତିଯୋଗିତା ଖେଳାଯିବ । ଗତବର୍ଷ ଏହି ପ୍ରତିଯୋଗିତା ଖେଳାଯିବା ନେଇ ସୂଚୀ ରହିଥିଲା ମାତ୍ର COVID-19 ସଂକ୍ରମଣ ଭୟ ଯୋଗୁଁ ଏହା ସ୍ଥଗିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.