ପାଟନା: ପ୍ରୋ କବାଡି ଲଢେଇରେ ପାଟନା ପାଇରାଟସକୁ ହରାଇଛି ପୁନେଲି ପଲଟନ । ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବି ପ୍ରଦର୍ଶନ କରି ପାଟନାକୁ 20-41ର ବଡ ବ୍ୟବଧାନରେ ମାତ ଦେଇଛି ପୁନେଲି ପଲଟନ ।
ଏହି ବିଜୟ ପୁନେରୀ ପଲଟନ ପାଇଁ 2ୟ ବିଜୟ ହୋଇଥିବାବେଳେ, ପାଟନା ପାଇରାଟସର କ୍ରମାଗତ 2ୟ ପରାଜୟ । ଏହାସହିତ ପଞ୍ଚମ ମ୍ୟାଚରୁ ପାଟନା ପାଇରାଟସର 3ୟ ପରାଜୟ ।
ପ୍ରଥମ ରେଡରୁ ପାଟନାର ଷ୍ଟାର ରେଡର ପ୍ରଦୀପ ନରୱାଲଙ୍କୁ ଟାକେଲ କରିଥିଲେ ପୁନେରି ଡିଫେଣ୍ଡର । ପୁନେରି କ୍ୟାପଟେନ ସୁରଜିତ ସିଂହ ଏହାର ନେତ୍ବତ୍ବ ନେଇଥିଲେ । ପୁନେରି ଡିଫେଣ୍ଡର ସଂପୂର୍ଣ୍ଣ ଭାବେ ପାଟନା ରେଡରଙ୍କ ଉପରେ ଭାରୀ ପଡିଥିଲେ । ମ୍ୟାଚ ଆରମ୍ଭରୁ ପାଟନା 1-10ରେ ପଛୁଆ ରହିଥିଲା । ତେବେ ପୁନେରି ପଲଟନକୁ ଅଲଆଉଟ କରି ପାଟନା ପ୍ରତିଜବାବ ଦେଇଥିଲା । ପଏଣ୍ଟ 9-16ରେ ପହଞ୍ଚିଥିଲା । ତେବେ ପରେ ପୁନେରି ପଲଟନ ଦମଦାର ପ୍ରଦର୍ଶନ କରି 41-20 ପଏଣ୍ଟରେ ବିଜୟୀ ହୋଇଥିଲା ।
ଅନ୍ୟଏକ ମ୍ୟାଚରେ ତାମିଲ ଥାଲାଇଭାସ 35-28 ପଏଣ୍ଟରେ ହରିୟାଣା ଷ୍ଟିଲର୍ସକୁ ହରାଇଛି । ତାମିଲ ଥାଲାଇଭାସର ଭେଟେରାନ ରେଡର ରାହୁଲ ଚୌଧୁରିଙ୍କ ଦମଦାର ପ୍ରଦର୍ଶନ ମ୍ୟାଚରେ ପ୍ରଭାବି ରହିଥିଲା ।