ETV Bharat / sports

ପ୍ରୋ କବାଡି: ହାରିଲା ହରିୟାଣା ଷ୍ଟିଲର୍ସ, ଦବଙ୍ଗ ଦିଲ୍ଲୀର ଦମଦାର ବିଜୟ

ପ୍ରୋ କବାଡିର ଚଳିତ ସଂସ୍କରଣରେ ଦବଙ୍ଗ ଦିଲ୍ଲୀର ବିଜୟଯାତ୍ରା ଜାରି ରହିଛି । ହରିୟାଣା ଷ୍ଟିଲର୍ସକୁ 41-21 ପଏଣ୍ଟରେ ହରାଇ ଏକତରଫା ବିଜୟୀ ହୋଇଛି ଦିଲ୍ଲୀ ।

author img

By

Published : Jul 29, 2019, 12:06 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@prokabaddi)

ମୁମ୍ବାଇ: ପ୍ରୋ କାବାଡିର ଚଳିତ ସଂସ୍କରଣରେ ଦବଙ୍ଗ ଦିଲ୍ଲୀର ବିଜୟଯାତ୍ରା ଜାରି ରହିଛି । ହରିୟାଣା ଷ୍ଟିଲର୍ସକୁ 41-21 ପଏଣ୍ଟରେ ହରାଇ ଏକତରଫା ବିଜୟୀ ହୋଇଛି ଦିଲ୍ଲୀ ।

ଏହି ବିଜୟକୁ ମିଶାଇ ଏହା ଦିଲ୍ଲୀର 3ୟ ବିଜୟ । ଚନ୍ଦ୍ରାନ ରଞ୍ଜିତ 11 ପଏଣ୍ଟ ଓ ନବୀନ କୁମାର 10 ପଏଣ୍ଟ ଅକ୍ତିଆର କରି ଦିଲ୍ଲୀକୁ ଏକପାଖିଆ ବିଜୟୀ କରିଥିଲେ । ରେଡର ନବୀନ ଦମଦାର ପ୍ରଦର୍ଶନ କରି 2ୟ ସୁପର-10 ହାସଲ କରିଥିଲେ । ଅନ୍ୟତମ ରେଡର ଚନ୍ଦ୍ରାନ ଓ ନବୀନଙ୍କ ଯୋଡି ଦିଲ୍ଲୀକୁ ପ୍ରଥମ 5ମିନିଟରେ ହିଁ 7-3 ପଏଣ୍ଟରେ ଅଗ୍ରଣୀ କରିଥିଲା ।

ପରେ ଦବଙ୍ଗ ଦିଲ୍ଲୀର ଡିଫେଣ୍ଡର ମଧ୍ୟ କମାଲ କରିଥିଲେ । ହରିୟାଣା ଷ୍ଟିଲର୍ସର ରେଡର୍ସଙ୍କୁ ସୁପର ଟାକେଲ କରି ପଏଣ୍ଟକୁ 14-9ରେ ପହଞ୍ଚାଇଥିଲେ । ପରେ ଦବଙ୍ଗ ଦିଲ୍ଲୀର ଖେଳାଳି ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲେ । ହରିୟାଣା ଷ୍ଟିଲର୍ସକୁ ଅଲଆଉଟ କରି 33-16 ପଏଣ୍ଟ ସହ ପରାଜୟ ମୁହଁକୁ ଠେଲି ଦେଇଥିଲେ । ତେବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ପଏଣ୍ଟର ବ୍ୟବଧାନରେ ବିଶେଷ ପରିବର୍ତ୍ତନ ହୋଇନଥିଲା । ଖେଳ ଶେଷ ବେଳକୁ ଦବଙ୍ଗ ଦିଲ୍ଲୀ 41-21ରେ ବିଜେତା ହୋଇଥିଲା ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.