କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରିରହିଛି । ସେମିଫାଇନାଲ ମୁକାବିଲାରେ ସିଙ୍ଗାପୁରକୁ 3-0 ଅନ୍ତରରେ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି ଭାରତ । ତେବେ ଭାରତୀୟ ମହିଳା ଦଳର ଫାଇନାଲ ଟକ୍କର ଇଂଲଣ୍ଡ ସହ ହେବ । ଭାରତୀୟ ମହିଳା ଦଳ ପକ୍ଷରୁ ମାଧୁରିକା ପାଟକର, ମନିକା ବାତ୍ରା ଓ ଅର୍ଚ୍ଚନା କାମଥ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।
ଅନ୍ୟପଟେ ପୁରୁଷ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଅଭିଜ୍ଞ ସରଥ କମଲ ସେମିରେ 3-1 ସେଟରେ ଏକତରଫା ବିଜୟ ହାସଲ କରିଛନ୍ତି । ଭାରତୀୟ ପୁରୁଷ ଦଳ ସମାନ ସିଙ୍ଗାପୁରକୁ 3-0 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ଭାରତୀୟ ପୁରୁଷ ଦଳ ଅପରାଜୟ ଭାବେ ଫାଇନାଲରେ ପହଞ୍ଚିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ