ETV Bharat / sports

ଡାକ୍ତରଖାନରେ ମ୍ୟାଚ ଦେଖିଲେ କିମ୍ବଦନ୍ତୀ ଫୁଟବଲର ପେଲେ - ଫିଫା ବିଶ୍ବ କପ

କିମ୍ବଦନ୍ତୀ ଫୁଟବଲର ପେଲେ । ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସତ୍ତ୍ବେ ଫିଫା ବିଶ୍ବକପରେ ନିଜର ଦେଶକୁ ଉତ୍ସାହିତ କରିବାକୁ ପଛାଇନାହାଁନ୍ତି । ଅଧିକ ପଢନ୍ତୁ

ଡାକ୍ତରଖାନରୁ ମ୍ୟାଚ ଦେଖିଲେ କିମ୍ବଦନ୍ତୀ ଫୁଟବଲର ପେଲେ

author img

By

Published : Dec 6, 2022, 8:58 PM IST

ହାଇଦ୍ରାବାଦ: କିମ୍ବଦନ୍ତୀ ଫୁଟବଲର ପେଲେ । ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତଥାପି ସେ ଫିଫା ବିଶ୍ବକପରେ ନିଜର ଦେଶକୁ ଉତ୍ସାହିତ କରିବାକୁ ପଛାଇନାହାଁନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସତ୍ତ୍ବେ ସେ ଡାକ୍ତରଖାନାରୁ ସ୍କ୍ରିନ୍ ମାଧ୍ୟମରେ ନିଜ ଦେଶର ମ୍ୟାଚ ଦେଖିଛନ୍ତି । ଏବାବଦରେ ପେଲେ କହିଥିଲେ, "1958 ମସିହାରେ ମୁଁ ମୋ ପିତାଙ୍କୁ ଦେଇଥିବା ପ୍ରତିଜ୍ଞାକୁ ପୁରା କରିବା ପାଇଁ ସଡକରେ ଦୌଡୁଥିଲି । ମୋତେ ଜଣାଅଛି ମ୍ୟାଚରେ ମଧ୍ୟ କିଛି ଖେଳାଳି ତାଙ୍କ ପିତାଙ୍କୁ ଏଭଳି କିଛି ପ୍ରତିଜ୍ଞା କରିଥିବେ । ମୁଁ ହସ୍ପିଟାଲରୁ ଖେଳ ଦେଖିବି ଏବଂ ସମସ୍ତ ଖେଳାଳିଙ୍କୁ ସମର୍ଥନ କରିବି ।"

ସେପଟେ ଫିଫା ବିଶ୍ବକପ କ୍ବାର୍ଟରରେ ପ୍ରବେଶ କରିଛି 5ଥର ବିଶ୍ବ ଚମ୍ପିଅନ ବ୍ରାଜିଲ । ଦକ୍ଷିଣ କୋରିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ । ଭିନିସିଅସ ଜୁନିଅର, ନେୟମାର, ରିଚାରଲିସନ ଏବଂ ପାକ୍ୟୁଟେଙ୍କ ଦମଦାର ପ୍ରଦର୍ଶନ ବଳରେ ରାଉଣ୍ଡ 16 ମ୍ୟାଚରେ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରିଛି ବ୍ରାଜିଲ ।

ବ୍ରାଜିଲର ଏହି ମହାନ ଫୁଟବଲର ପେଲେ ନଭେମ୍ବର ୩୦ ତାରିଖରେ ସାଓ ପାଉଲର ଅଲର୍ବଟ ଆଇନଷ୍ଟିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘଦୀନ ଧରି କ୍ୟାନସରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଶରୀରରେ କେମୋ ଥେରାପୀ କୌଣସି ପ୍ରଭାବ ପକାଉନାହିଁ ଯାହା ଫଳରେ ତାଙ୍କର କେମୋ ଥେରାପୀ ବନ୍ଦ କରି ଦିଆଯାଇଛି ।

ବିଶ୍ବର ମହାନ ଫୁଟବଲରଙ୍କ ମଧ୍ୟ ପେଲେ ଜଣେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି । ସେ ବ୍ରାଜିଲ ତରଫରୁ ଖେଳି ବର୍ଷ ୧୯୫୮, ୧୯୬୨ ଓ ୧୯୭୦ ମସିହାରେ ନିଜ ଦେଶକୁ ବିଶ୍ବକପ ଭେଟି ଦେଇଛନ୍ତି । ଏହି କିମ୍ବଦନ୍ତୀ ଫୁଟବଲର ପେଲେ ୧୭ ବର୍ଷ ବୟସରେ ଟିମ୍ ବ୍ରାଜିଲ ତରଫରୁ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ବର୍ଷ ୧୯୫୮ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପେନେ ସୁଡାନ ବିପକ୍ଷରେ ଦୁଇଟି ଗୋଲ ଦେଇଥିଲେ । ସେ ତାଙ୍କ ପ୍ରଫେସନାଲ କ୍ୟାରିୟରରେ ୧୩୬୩ ମ୍ୟାଚ ଖେଳି ୧୨୮୧ଟି ଗୋଲ ଦେଇଛନ୍ତି । ସେ ବ୍ରାଜିଲ ତରଫରୁ ଖେଳି ୯୨ ମ୍ୟାଚରୁ ୭୮ଟି ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.