ETV Bharat / sports

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର - କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଖାନାରେ ତାଙ୍କୁ "ଏଣ୍ଡ ଅଫ ଲାଇଫ କେୟରରେ" ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

author img

By

Published : Dec 4, 2022, 7:20 PM IST

ହାଇଦ୍ରାବାଦ : କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଏନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଖାନାରେ ସେ "ଏଣ୍ଡ ଅଫ ଲାଇଫ କେୟରରେ" ଭର୍ତ୍ତି ହୋଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ଶରୀର କେମୋ ଥେରାପୀ ଏବେ କୌଣସି ପ୍ରଭାବ ପକାଉ ନାହିଁ ଯାହା ଫଳରେ ଡାକ୍ତର ତାଙ୍କର କେମୋ ଥେରାପୀ ବନ୍ଦ କରି ଦେଇଛନ୍ତି । ତେବେ ତାଙ୍କର ଅସୁସ୍ଥତା ବାବଦରେ ଖବର ପ୍ରସାରଣ ହେବା ପରେ ତାଙ୍କର ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ରାଜିଲର ଏହି ମହାନ ଫୁଟବଲର ପେଲେ ନଭେମ୍ବର ୩୦ ତାରିଖରେ ସାଓ ପାଉଲର ଅଲର୍ବଟ ଆଇନଷ୍ଟିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘଦୀନ ଧରି କ୍ୟାନସରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଶରୀରରେ କେମୋ ଥେରାପୀ କୌଣସି ପ୍ରଭାବ ପକାଉନାହିଁ ଯାହା ଫଳରେ ତାଙ୍କର କେମୋ ଥେରାପୀ ବନ୍ଦ କରି ଦିଆଯାଇଛି ।

ବିଶ୍ବର ମହାନ ଫୁଟବଲରଙ୍କ ମଧ୍ୟ ପେଲେ ଜଣେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି । ସେ ବ୍ରାଜିଲ ତରଫରୁ ଖେଳି ବର୍ଷ ୧୯୫୮, ୧୯୬୨ ଓ ୧୯୭୦ ମସିହାରେ ନିଜ ଦେଶକୁ ବିଶ୍ବକପ ଭେଟି ଦେଇଛନ୍ତି । ଏହି କିମ୍ବଦନ୍ତୀ ଫୁଟବଲର ପେଲେ ୧୭ ବର୍ଷ ବୟରେ ଟିମ୍ ବ୍ରାଜିଲ ତରଫରୁ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ବର୍ଷ ୧୯୫୮ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପେନେ ସୁଡାନ ବିପକ୍ଷରେ ଦୁଇଟି ଗୋଲ ଦେଇଥିଲେ । ସେ ତାଙ୍କ ପ୍ରଫେସନାଲ କ୍ୟାରିୟରରେ ୧୩୬୩ ମ୍ୟାଚ ଖେଳି ୧୨୮୧ ଟି ଗୋଲ ଦେଇଛନ୍ତି । ସେ ବ୍ରାଜିଲ ତରଫରୁ ଖେଳି ୯୨ ମ୍ୟାଚରୁ ୭୮ଟି ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.