ETV Bharat / sports

ସରିନି ଟୋକିଓ ୨୦୨୦, ପ୍ୟାରିସ ୨୦୨୪ ୱେବସାଇଟ ହେଲା ଲଞ୍ଚ

author img

By

Published : Jul 16, 2021, 7:28 PM IST

ପ୍ୟାରିସ ଅଲମ୍ପିକ ୨୦୨୪ ଏହାର ୱେବସାଇଟ କ୍ୟାଟାଲଗିଙ୍ଗ ଲଞ୍ଚ କରିଛି । ୭୭୦ ପ୍ରି-ଗେମ ଟ୍ରେନିଂ କ୍ୟାମ୍ପ ବିଷୟରେ ମିଳିପାରିବ ସୂଚନା । ଅଧିକ ପଢ଼ନ୍ତୁ...

Paris 2024 reveals website cataloging, Pre-Games training camps, Paris 2024, paris olympics, ଟୋକିଓ ୨୦୨୦, ଟୋକିଓ ଅଲମ୍ପିକ, ପ୍ୟାରିସ ଅଲମ୍ପିକ, ପ୍ୟାରିସ ଅଲମ୍ପିକ ୨୦୨୪ ୱେବସାଇଟ ଲଞ୍ଚ
ସରିନି ଟୋକିଓ ୨୦୨୦, ପ୍ୟାରିସ ୨୦୨୪ ୱେବସାଇଟ ହେଲା ଲଞ୍ଚ

ପ୍ୟାରିସ: ଟୋକିଓ ଅଲମ୍ପିକ ପାଇଁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ପ୍ୟାରିସ ଅଲମ୍ପିକ ୨୦୨୪ ଏହାର ୱେବସାଇଟ କ୍ୟାଟାଲଗିଙ୍ଗ ଲଞ୍ଚ କରିଛି । ଏହାସହ ଅଲମ୍ପିକ ପୂର୍ବରୁ ଅଲମ୍ପିକ ଓ ପାରାଅଲମ୍ପିକ ଖେଳାଳିଙ୍କ ଅଭ୍ୟାସ ପାଇଁ ନିର୍ଦ୍ଧାରିତ ହୋଇଥିବା ୭୭୦ ପ୍ରି-ଗେମ ଟ୍ରେନିଂ କ୍ୟାମ୍ପ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।

ଲଞ୍ଚ ହୋଇଥିବା ଏହି ୱେବସାଇଟରେ ଇଂରାଜୀ, ସ୍ପାନିଶ ଓ ଫ୍ରେଞ୍ଚ ଭାଷାରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଅଲମ୍ପିକ ଓ ପାରାଅଲମ୍ପିକରେ ଭାଗ ନେବାକୁ ଥିବା ପ୍ରତିନିଧି ମଣ୍ଡଳଙ୍କୁ ବ୍ୟାସ କ୍ୟାମ୍ପ ଭାବରେ ସେମାନେ ପାଇବାକୁ ଥିବା ସୁବିଧା ବିଷୟରେ ସୂଚନା ଏହି ୱେବସାଇଟରେ ରହିଛି । ଏହାସହ ସାରାବିଶ୍ବର ଆଥଲେଟ, ଜାତୀୟ ଅଲମ୍ପିକ କମିଟି ଓ ଜାତୀୟ ପାରାଅଲମ୍ପିକ କମିଟି ପାଇଁ ଏହା ପ୍ରାଥମିକତା ଦୃଷ୍ଟିରୁ ଡିଜାଇନ କରାଯାଇଛି, ଯାହାଦ୍ବାରା ସେମାନେ ଅଲମ୍ପିକ ପୂର୍ବ ଅଭ୍ୟାସ ପାଇଁ ନିର୍ଦ୍ଧାରିତ ହୋଇଥିବା ୭୭୦ ଟି ପ୍ରି-ଗେମ ଟ୍ରେନିଂ କ୍ୟାମ୍ପ ବିଷୟରେ ସୂଚନା ପାଇପାରିବେ ବୋଲି Olympics.comରୁ ସୂଚନା ମିଳିଛି ।

ଟୋକିଓ ଅଲମ୍ପିକ ଓ ପାରାଅଲମ୍ପିକ ସରିବା ମାତ୍ରେ ସମସ୍ତ ଆଥଲେଟ 410 ଟି ଅଞ୍ଚଳରେ ଥିବା ସ୍ଥାନୀୟ ଟ୍ରେନିଙ୍ଗ କ୍ୟାମ୍ପ ମଧ୍ୟରୁ ଗୋଟିଏରେ ନିଜର ବିୟରିଙ୍ଗ ଖୋଜି ପାରିବେ ଯାହାକୁ କି “Terre de Jeux 2024” ମାନ୍ୟତା ପ୍ରାପ୍ତ ହୋଇଛି ।

ନିୟମିତ ଭାବେ ଅପଡେଟ ହେବା ସହ ଚୟନ ଅନୁସାରେ ସମସ୍ତ ଟ୍ରେନିଙ୍ଗ କ୍ୟାମ୍ପ ରିଫ୍ରେସ ହୋଇଯିବ । ଉଦାହରଣ ସ୍ବରୂପ; ପ୍ୟାରିସ ୨୦୨୪ ଅଲମ୍ପିକ କାର୍ଯ୍ୟକ୍ରମରେ ନୂତନ ସ୍ପୋର୍ଟ୍ସ ପାଇଁ ପ୍ରସ୍ତୁତ ହେବା ଲାଗି ଖେଳାଳି ମାନେ ପ୍ରସ୍ତୁତ ହୋଇପାରିବେ ଯାହାକି ଅକ୍ଟୋବର ମାସରୁ ଯୋଡ଼ି ହୋଇଯିବ ।

କ୍ୟାଟାଲୋଗକୁ ଏପରି ଭାବେ ଡିଜାଇନ କରାଯାଇଛି ଯାହାଦ୍ବାରା ଅଲମ୍ପିକ, ପାଅଲମ୍ପିକ ପ୍ରତିନିଧି ମଣ୍ଡଳ ଓ ଗତ ଅକ୍ଟୋବରରେ ପ୍ରି-ଟ୍ରେନିଙ୍ଗ କ୍ୟାମ୍ପ ପାଇଁ ଚୟନ କରାଯାଇଥିବା “Terre de Jeux 2024” ମାନ୍ୟତା ପ୍ରାପ୍ତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା ହୋଇପାରିବ । NOC ଓ NCP ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ବିଷୟରେ ସୂଚନା ପାଇପାରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.