ETV Bharat / sports

Tokyo Paralympics, ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ - ପାରା ବ୍ୟାଡମିଣ୍ଟନ୍

ଆଜି(ବୁଧବାର) ଟୋକିଓ ପାରାଲିମ୍ପିକ୍ସରେ ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ
ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ
author img

By

Published : Sep 1, 2021, 8:32 AM IST

ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ଭାରତର ଜଲୱା ଜାରି ରହିଛି । ପାରା ଆଥଲେଟମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦେଶ ପାଇଁ ପଦକ ହାତେଇବାରେ ଲାଗିଛନ୍ତି । ଆଜି(ବୁଧବାର) ଟୋକିଓ ପାରାଲିମ୍ପିକ୍ସରେ ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ ।

ଉଭୟ ମିଶ୍ରିତ ଯୁଗଳ ଏବଂ ଏକକ ବର୍ଗ ବ୍ୟାଡମିଣ୍ଟନରେ ଟୋକିଓ ଗ୍ରାଉଣ୍ଡକୁ ଓହ୍ଲାଇବେ ପ୍ରମୋଦ । ପ୍ରମୋଦ ଓ ପଲକ କୋହଲିଙ୍କ ଯୋଡି ଟୋକିଓ ସମୟ ସଂନ୍ଧ୍ୟା ୬ଟାରେ ପ୍ରଂନ୍ସର ଲୁକାସ ମାଜୁର ଓ ନୋଏଲ ଫଷ୍ଟିନଙ୍କୁ ଭେଟିବେ । ସେହିପରି ରାତି ୯ଟାରେ ନିଜ ପୁରୁଷ ଯୁଗଳ ସାଥୀ ତଥା ଅନ୍ୟତମ ଭାରତୀୟ ପଦକ ଦାବିଦାର ମନୋଜ ସରକାରଙ୍କ ସହ ମୁକାବିଲା କରିବେ ।

ପ୍ରମୋଦ ବିଶ୍ବ ଏକକ ପାରା ବ୍ୟାଡମିଣ୍ଟନ୍ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି । ମିଶ୍ରିତ ଯୁଗଳରେ ପଲକ ଓ ତାଙ୍କ ପ୍ରଦର୍ଶନ ବେଶ ରହିଛି । ପ୍ରଦର୍ଶନ ଦୃଷ୍ଟିରୁ ପ୍ରମୋଦ ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିବେ ବୋଲି ଆଶା କରାଯାଉଛି । ବ୍ରାଜିଲ ଇଣ୍ଟରନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ଚମ ଦେଖାଇଥିଲେ ଓଡିଆ ପୁଅ ପ୍ରମୋଦ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ପ୍ରମୋଦ ଭଗତ ଚମ୍ପିଆନ ହୋଇଥିଲେ ।

ସେହିପରି ଡବଲ୍ସ ଇଭେଣ୍ଟରେ ଭାରତୀୟ ଯୋଡି ପ୍ରମୋଦ-ମନୋଜ ଚୀନର ଯୋଡିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଥିଲେ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟ ଓ ଡବଲ୍ସରେ ଜିଣିଲେ ସ୍ବର୍ଣ୍ଣ ପଦକ ଜିତିଥିଲେ । ପେରୁ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ 2020ପୁରୁଷ ଏକକ ବର୍ଗ ଓ ଯୁଗଳ ବର୍ଗରେ ପ୍ରମୋଦ ଭଗତ ସ୍ବର୍ଣ୍ଣ ଜିତିଥିଲେ ।

ସୁନାମଧନ୍ୟ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ କ୍ରୀଡା ଜଗତର ସମ୍ମାନଜନକ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଦିଆଯାଇଥିଲା । ଏହା ସହିତ ପ୍ରମୋଦ ଭଗତଙ୍କୁ ପାରା ସ୍ପୋର୍ଟ କ୍ଷେତ୍ରରେ "ସ୍ପୋର୍ଟ ମ୍ୟାନ ଅଫ ଦ ଇୟର" ଭାବେ ସମ୍ମାନିତ କରାଯାଇଛି । ଭରାତୀୟ ହକି ଦଳର ଦୁଇ ଓଡିଆ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟକୁ ପ୍ରଥମ ଅଲିମ୍ପିକ୍ସ ପଦକ ଭେଟି ଦେଇଥିଲେ । ସେହିପରି ପ୍ରମୋଦ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିବେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.