ETV Bharat / sports

ଟୋକିଓ ଅଲମ୍ପିକ୍ସର ପଦକ, ପୋଡିୟମ ଉନ୍ମୋଚନ

author img

By

Published : Jun 4, 2021, 10:51 PM IST

ଉନ୍ମୋଚିତ ହେଲା ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ 2020ର ପଦକ ଓ ପୋଡିୟମ । ଅଧିକ ପଢନ୍ତୁ...

Organizing Committee Unveils Olympic and Paralympic Games Tokyo 2020 Medal Ceremony Podiums
ଟୋକିଓ ଅଲମ୍ପିକ୍ସର ପଦକ, ପୋଡିୟମ ଉନ୍ମୋଚନ

ଟୋକିଓ: ଉନ୍ମୋଚିତ ହେଲା ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ 2020ର ପଦକ ଓ ପୋଡିୟମ । ଟୋକିଓ ଅଲମ୍ପିକ ଆୟୋଜକ କମିଟି ଓ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଔପଚାରିକ ଭାବେ ଉଭୟ ଅଲମ୍ପିକ ଓ ପାରାଅଲମ୍ପିକ ଗେମ୍ସର ପୋଡିୟମ ଉନ୍ମୋଚନ କରିଛନ୍ତି ।

ତେବେ ଅଲମ୍ପିକ ଇତିହାସରେ ପ୍ରଥମଥର ପାଇଁ ପ୍ଲାଷ୍ଟିକରେ ତିଆରି ଅଲମ୍ପିକ ପୋଡିୟମ ସାଧାରଣ ଲୋକଙ୍କ ଠାରୁ ସଂଗ୍ରହ କରାଯାଇ ତିଆରି କରାଯାଇଛି । ଜାପାନ ବାସୀଙ୍କ ଠାରୁ ସଂଗୃହୀତ ପ୍ଲାଷ୍ଟିକରୁ ପୁନଃ ପ୍ରସ୍ତୁତ କରାଯାଇଛି ଏହି ପୋଡିୟମ ।

ଟୋକିଓ ଅଲମ୍ପିକ ଜୁଲାଇ 23ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଏଥିପାଇଁ ସମସ୍ତ ଦେଶର ଆଥଲେଟ ପ୍ରସ୍ତୁତିରେ ଲାଗିଛନ୍ତି । ଗତକାଲି ଭାରତୀୟ ଅଲମ୍ପିକ ଆସୋସିଏସନ ପକ୍ଷରୁ ଭାରତୀୟ ଖେଳାଳିଙ୍କ ଅଲମ୍ପିକ ଜର୍ସି ମଧ୍ୟ ଉନ୍ମୋଚିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.