ETV Bharat / sports

ଟୋକିଓ ଅଲମ୍ପିକ୍ସ ଆଥଲେଟଙ୍କୁ ମିଳିବ କଣ୍ଡୋମ, ବ୍ୟବହାରକୁ ବାରଣ - Olympics organisers ordered condoms

ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାୟ 11,000 ଆଥଲେଟଙ୍କୁ ମିଳିବ ପ୍ରାୟ 1 ଲକ୍ଷ 60 ହଜାର ମାଗଣା କଣ୍ଡୋମ । ଅଧିକ ପଢନ୍ତୁ...

Olympics organisers ordered 160,000 condoms, but they're urging athletes to avoid sex at the games
ଟୋକିଓ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟ୍ଙ୍କୁ‌ ମିଳିବ କଣ୍ଡୋମ୍‌, ବ୍ୟବହାରକୁ ବାରଣ
author img

By

Published : Jun 5, 2021, 10:36 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାୟ 11,000 ଆଥଲେଟଙ୍କୁ ମିଳିବ ପ୍ରାୟ 1 ଲକ୍ଷ 60 ହଜାର ମାଗଣା କଣ୍ଡୋମ । ତେବେ କୋଭିଡ-19 ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ହେବା ସହ ବିଳମ୍ବରେ ହେଉଥିବା ଆଗାମୀ ଅଲମ୍ପିକ୍ସ ଗେମ୍ସରେ ଏହି କଣ୍ଡୋମ ବ୍ୟବହାର ନ କରିବାକୁ ଆଥଲେଟଙ୍କୁ ଆୟୋଜକ କମିଟି ପକ୍ଷରୁ ଅପିଲ କରାଯାଇଛି ।

2021 ଟୋକିଓ ଅଲମ୍ପିକ୍ସ ପାଇଁ 33 ପୃଷ୍ଠାର ନିୟମାବଳୀ ରହିଛି । ଅଲମ୍ପିକ୍ସ ସମୟରେ କୋଳାକୋଳି ହେବା କିମ୍ବା ପରସ୍ପର ହାତ ମିଶାଇବାକୁ ବାରଣ କରାଯାଇଛି ।

1,50,000ରୁ ଅଧିକ କଣ୍ଡୋମ IOC ଅଲମ୍ପିକ ଆଥଲେଟଙ୍କୁ ବିତରଣ କରିବ

ପ୍ରତ୍ୟେକ ଆଥଲେଟଙ୍କୁ ପ୍ରା 15ଟି କଣ୍ଡୋମ ମିଳିବ । ତେବେ ଆଥଲେଟ୍‌ମାନେ ଏପରି ସ୍ଥିତିରେ ପହଞ୍ଚୁନି ଯେଉଁଠି ଏହାର ବ୍ୟବହାର ଆବଶ୍ୟକ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ଏହାକୁ ବ୍ୟବହାର ନକରି ସୁରକ୍ଷିତ ରହିବାକୁ କୁହାଯାଇଛି ।

କାହିଁକି ଅଲମ୍ପିକ ଆଥଲେଟ୍ସଙ୍କୁ ମିଳେ କଣ୍ଡୋମ ?

ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି କଣ୍ଡୋମ ବିତରଣ କରିଆସୁଛି । ତେବେ ଅଟୋ ଇମୁନୋ ଡେଭିସିଏନ୍ସି ସିଣ୍ଡ୍ରୋମ(AIDS) ରୋଗ ଆସିବା ପରେ ଆଇଓସି ଆଥଲେଟଙ୍କ ସୁରକ୍ଷା ପାଇଁ କଣ୍ଡୋମ ବଣ୍ଟନ କରୁଛି । 1988 ସିଓଲ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ଆଥଲେଟ୍ସଙ୍କୁ କଣ୍ଡୋମ ବଣ୍ଟନ କରାଯାଇଥିଲା । ଏହାପରେ ଏହା ଏହ ପରମ୍ପରା ଭଳି ହୋଇଯାଇଛି । ସେବେଠାରୁ ଆୟୋଜିତ ହୋଇଥିବା ସମସ୍ତ ଅଲମ୍ପିକ୍ସରେ ଏହି ପରମ୍ପରା ରକ୍ଷା କରାଯାଇଛି । ଏକ ରିପୋର୍ଟ ମୁତାବକ 11,0000ରୁ ଅଧକ କଣ୍ଡୋମ ଦକ୍ଷିଣ କୋରିଆରେ ହୋଇଥିବା 2018 ଶୀତକାଳୀନ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଦିଆଯାଇଥିଲା ଓ 2016 ରିଓ ଅଲମ୍ପିକ୍ସରେ 450,000 କଣ୍ଡୋମ ବିତରଣ କରାଯାଇଥିଲା ।

କଡା ଟୋକିଓ ଅଲମ୍ପିକ୍ସ 2021 ନିୟମାବଳୀ

ଆଗାମୀ ଟୋକିଓ ଅଲମ୍ପିକ୍ସରେ ଆଥଲେଟ୍‌ସଙ୍କ ପାଇଁ କଠୋର ନିୟମ ରହିଛି । କୌଣସି ପ୍ରତିଯୋଗୀ ନିୟମ ଭାଙ୍ଗିଲେ ପ୍ରତିଯୋଗିତାରୁ ବାଦ ପଡିପାରନ୍ତି । ସେଥିପାଇଁ ଅନାବଶ୍ୟକ ଶାରୀରିକ ସ୍ପର୍ଶ ନ କରିବାକୁ କଡା ନିର୍ଦ୍ଦେଶ ରହିଛି ।

ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଚାରିଦିନରେ ଥରେ ଖେଳାଳିଙ୍କ କୋଭିଡ-19 ଟେଷ୍ଟ କରାଯିବ । ପଜିଟିଭ ରିପୋର୍ଟ ଚିହ୍ନଟ ହେବା ଖେଳାଳିଙ୍କୁ ପ୍ରତିଯୋଗିତାରୁ ବାହାର ହେବାକୁ ପଡିବ । ଜାପାନ ଯାତ୍ରା ପୂର୍ବରୁ ଖେଳାଳିଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ ଓ ପହଞ୍ଚିବା ପରେ ମଧ୍ୟ କୋଭିଡ ଟେଷ୍ଟର ସାମ୍ନା କରିବାକୁ ହେବ । ଏଥିସହ ଖେଳାଳିଙ୍କୁ ରେଷ୍ଟୁରାଣ୍ଟ, ଦୋକାନ, ପର୍ଯ୍ୟଟନୀ ସ୍ଥଳୀ ଓ ବାର୍‌କୁ ଯିବା ଉପରେ ପ୍ରତିବନ୍ଧକ ରହିଛି । ପ୍ରତିଯୋଗିତା ସମୟରେ, ଟ୍ରେନିଂ ସମୟରେ, ବିଶ୍ରାମ ଓ ଖାଦ୍ୟ ସମୟରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.