ଭୁବନେଶ୍ବର: ଭାରତୀୟ ଷ୍ଟାର ଧାବିକା ଦୂତି ଚାନ୍ଦଙ୍କ ଅଲମ୍ପିକ ରାସ୍ତାରେ କଣ୍ଟା ସାଜିଛି ମହାମାରୀ କୋରୋନା ଭାଇରସ । 2020 ଜୁଲାଇରେ ହେବାକୁ ଥିବା ଟୋକିଓ ଅଲମ୍ପିକ 2021କୁ ଘୁଞ୍ଚାଇ ଦିଆଯାଇଛି ।
ଅଲମ୍ପିକ୍ସ ପ୍ରସ୍ତୁତିରେ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ସମୟ ଓ ପରିଶ୍ରମର ମଧ୍ୟ କ୍ଷତି ହୋଇଛି । ବ୍ୟକ୍ତିଗତ କୋଚଙ୍କ ସହ ଦୁଇ ସହକାରୀ କୋଚଙ୍କୁ ମିଶାଇ ମାଟ 10ଜଣିଆ କୋଚ ଟିମଙ୍କୁ ନେଇ ଦୂତି ଅଲମ୍ପିକ ପ୍ରସ୍ତୁତି ଚଳାଇଥିଲେ କହିଛନ୍ତି । ବିଦେଶୀ କୋଚଙ୍କ ସହ ମାର୍ଚ୍ଚ 20 ପର୍ଯ୍ୟନ୍ତ ଚୁକ୍ତି ରହିଥିଲା । ଏହାପରେ ଜର୍ମାନୀରେ ଜୁନ 20ସୁଦ୍ଧା 3ମାସର କୋଚିଂ ରହିଥିଲା । ପରେ ୟୁରୋପର ବିଭିନ୍ନ ଇଭେଣ୍ଟରେ ଭାଗନେଇ ପ୍ରଦର୍ଶନ ଭିତ୍ତିରେ ଟୋକିଓ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିଲେ । 100 ମିଟର ଇଭେଣ୍ଟରେ 11.15 ସେକେଣ୍ଡର ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ ପ୍ରସ୍ତୁତି ଚଳାଇଥିଲେ ।
ଭୁବନେଶ୍ବରରେ ପ୍ରାୟ 330 ଲକ୍ଷ ଟଙ୍କା ବିଦେଶୀ କୋଚଙ୍କ ଦରମା ବାଦବକୁ ଖର୍ଚ୍ଚ କରିସାରିଥିବା କହିଛନ୍ତି ଦୂତୀ ଚାନ୍ଦ । ମାତ୍ର କୋରୋନା ଭାଇରସ ଯୋଗୁଁ ଟୋକିଓ ଅଲମ୍ପିକ୍ସ ସୂଚୀରେ ପରିବର୍ତ୍ତନ ହେବାପରେ, ସମସ୍ତ ପ୍ରସ୍ତୁତି ପ୍ରଭାବିତ ହୋଇଛି ।