ନୂଆଦିଲ୍ଲୀ: ସୁନା ପୁଅ ନୀରଜ ଚୋପ୍ରାଙ୍କର ସଫଳତା ବଢିବାରେ ଲାଗିଛି । ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିବା ନୀରଜ ଚୋପ୍ରା ଏବେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଶ୍ବ ଜାଭେଲିନ ଥ୍ରୋ ରାଙ୍କର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ନୀରଜ । ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି ।
ବିଶ୍ବ ଆଥଲେଟିକ ଦ୍ବାରା ଜାରି ହୋଇଥିବା ସୂଚନା ଅନୁସାରେ ପ୍ରଥମ ସ୍ଥାନରେ ରହିଛନ୍ତି ଜର୍ମାନୀର ଜୋହାନେସ ଭିଟର । ତାଙ୍କ ପଏଣ୍ଟ ରହିଛି ୧୩୯୬ । ଦ୍ବିତୀୟ ସ୍ଥାନରେ ନୀରଜ ରହିଥିବାବେଳେ ତୃତୀୟ ସ୍ଥାନରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ ଓ ଚତୁର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍ ଓ ଜର୍ମାନୀର ଜୁଲିଆନ ୱେବର ରହିଛନ୍ତି ।
ପ୍ରକାଶ ଥାଉକି, ଅଗଷ୍ଟ ୭ ତାରିଖରେ ଇତିହାସ ସୃଷ୍ଟି କରିଥିଲେ ନୀରଜ । ଅଲିମ୍ପିକ୍ସରେ ଦେଶରେ ପ୍ରଥମ ଅଥଲେଟିକ ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଟୋକିଓ ଗେମ୍ସରେ ୮୭.୫୮ମିଟର ଜାଭେଲିନ ଫିଙ୍ଗି ସେ ଏହି ସଫଳତା ହାସଲ ପାଇଛନ୍ତି । ଚଳିତ ଅଲିମ୍ପିକ୍ସରେ ଭିଟର ହିଁ ନୀରଜଙ୍କ ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ ଥିଲେ ।
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ନୀରଜ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ନୀରଜଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ସହିତ ପୁରସ୍କାର ବର୍ଷା ହେବାରେ ଲାଗିଛି ।
@ANI