ETV Bharat / sports

ମିଶନ ଏସିଆନ ଗେମ୍ସ: ଯାଜପୁର ପୁଅ ପ୍ରଣବ ଦାସଙ୍କ ପୁନେରେ ଅଭ୍ୟାସ - ମିଶନ ଏସିଆନ ଗେମ୍ସ

ଓଡିଶା ଟ୍ରାଇଆଥଲେଟ୍‌ ପ୍ରଣବ ଦାସଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ତାଙ୍କୁ କମନୱେଲ୍ଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ଜାତୀୟ କ୍ୟାମ୍ପ୍‌ର ଟିକେଟ ଭେଟିଦେଇଛି । ଅଧିକ ପଢନ୍ତୁ...

Odisha's triathlete Pranab Das earned call-up to the national camp for the Commonwealth and Asian Games
ମିଶନ ଏସିଆନ ଗେମ୍ସ: ଯାଜପୁର ପୁଅ ପ୍ରଣବ ଦାସଙ୍କ ପୁନେରେ ଅଭ୍ୟାସ
author img

By

Published : Oct 7, 2021, 10:39 PM IST

ଭୁବନେଶ୍ବର: ସଂଘର୍ଷ ନଥିଲେ ସଫଳତାର ଅନୁଭବ ସ୍ବତନ୍ତ୍ର ହୁଏନି । ସେଥିପାଇଁ ବୋଧହୁଏ ଭାରତ ଭଳି ସୀମିତ କ୍ରୀଡା ଭିତ୍ତିଭୂମିର ଦେଶରେ ପ୍ରତ୍ୟେକ କ୍ରୀଡାବିତ୍‌ଙ୍କର ଥାଏ ଏକ ସଂଘର୍ଷମୟ ଓ ଆହ୍ବାନପୂର୍ଣ୍ଣ କାହାଣୀ । ସଫଳତାର ରାସ୍ତା କଣ୍ଟକିତ ସହ ଅନେକ ବାଧାବିଘ୍ନ ଓ ପରୀକ୍ଷାପୂର୍ଣ୍ଣ ହୋଇଥାଏ । ତେବେ ଏସବୁ ମଣିଷକୁ ନିଜର ଲକ୍ଷ୍ୟ ଉପରେ ଧ୍ୟାନକେନ୍ଦ୍ରୀତ କରିବାକୁ ଉର୍ଜା ଯୋଗାଇଥାଏ । ଓଡିଶା ଟ୍ରାଇଆଥଲେଟ୍‌ ପ୍ରଣବ ଦାସ ଏମିତି ଜଣେ ଉତ୍ସାହୀ ଓ ପରିଶ୍ରମୀ କ୍ରୀଡ଼ାବିତ୍ ଯିଏ ଖେଳକୁ ଭଲପାଆନ୍ତି ।

Odisha's triathlete Pranab Das earned call-up to the national camp for the Commonwealth and Asian Games
ପ୍ରଣବ ଦାସ

ପ୍ରଣବଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ତାଙ୍କୁ କମନୱେଲ୍ଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ଜାତୀୟ କ୍ୟାମ୍ପ୍‌ର ଟିକେଟ ଭେଟିଦେଇଛି । ଯାହାକି ଜଣେ ଓଡିଶା ଶ୍ରେଣୀର ଖେଳାଳିଙ୍କ ପାଇଁ ଏକ ବିରଳ ସଫଳତା ।

ଟ୍ରାଇଥଲନ ଟେଷ୍ଟରେ ଜଣେ ଆଥଲେଟ୍‌ଙ୍କୁ ତିନୋଟି ଭିନ୍ନ ପ୍ରତିଯୋଗିତାରେ ସଫଳତ ହେବାକୁ ପଡିଥାଏ- ୧.୫ କିଲୋମିଟର ସୁଇମିଂ(ସନ୍ତରଣ), ୪୦ କିଲୋମିଟର ସାଇକେଲିଂ(ସାଇକେଲ ଚାଳନା) ଓ ୧୦ କିଲୋମିଟର ରନିଂ(ଦୌଡ) ।

ଯାଜପୁର ଜିଲ୍ଲାର ପୁଅ ପ୍ରଣବ, ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାପରେ ଭାରତୀୟ କ୍ୟାମ୍ପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

୨୦ ବର୍ଷୀୟ ପ୍ରଣବ ଦେଶର ୮୪ ଜଣ ଆଥଲେଟ୍‌ଙ୍କ ସହିତ ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ଜାତୀୟ ଚମ୍ପିଆନସିପ୍‌ରେ ଏକଦିବସୀୟ ଇଭେଣ୍ଟକୁ ୨ ଘଣ୍ଟା, ୩୦ ମିନିଟ ଓ ୫୫ ସେକେଣ୍ଡରେ ଶେଷ କରିଥିଲେ । ସେ 2 ଘଣ୍ଟା 10 ମିନିଟର ଜାତୀୟ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତା ହାସଲ କରିବାକୁ ସେ ବର୍ତ୍ତମାନ ପୁନେର ମିନି ଅରେଞ୍ଜ ଏକାଡେମୀରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

ନିଜର କଠିନ ଯାତ୍ରା ନେଇ ପ୍ରଣବ କହିଛନ୍ତି, ଦୀର୍ଘ ଦୂରତା ଦୌଡ ଇଭେଣ୍ଟରେ ଭାଗନେବାକୁ ଭଲପା'ନ୍ତି । ଯେ କୌଣସି ସ୍ଥାନକୁ ଯିବାକୁ ପଡୁଥିଲା ସାଇକେଲର ସାହାରା ନେଉଥିଲେ ମଧ୍ୟ ପେଷାଦାର ଭାବରେ ନୁହେଁ ମାତ୍ର କେବେ ପହଁରିବାକୁ ଚେଷ୍ଟା କରିନଥିଲେ ।

ଜିଲ୍ଲାସ୍ତରରେ ୫ କିଲୋମିଟର ଓ ୧୦କିଲୋମିଟର ଦୌଡ ପ୍ରତିଯୋଗିତାରେ ଭାଗନେଇଛନ୍ତି ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିବା ସେ କୁହନ୍ତି । ମାତ୍ର ଆହତ କାରଣରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନାହାନ୍ତି । ତେବେ ନିରାଶ ନ ହୋଇ ସୁସ୍ଥ ହୋଇ ପୁଣି ଟ୍ରାକ୍‌କୁ ଫେରିଥିଲେ ବୋଲି ସେ କହିଛନ୍ତି ।

ଟ୍ରାଇଥଲନର ଆଇରନମ୍ୟାନ୍‌ ସୌଭାଗ୍ୟ ରଥଙ୍କ ଦ୍ବାରା ଅନୁପ୍ରାଣୀତ ହେବାପରେ କଟକରେ ପ୍ରାୟ ଦେଢବର୍ଷ ତଳେ ତାଙ୍କର ଟ୍ରାଇଥଲନ ଯାତ୍ରା ଆରମ୍ଭ ହୁଏ । କଟକ ସାଇକେଲିଷ୍ଟ ଆସୋସିଏସନ ମଧ୍ୟ ସହାୟତାର ହାତ ବଢାଇଥିଲା ।

ସୌରଭ୍ୟ ରଥଙ୍କ ବିଷୟରେ ଜାଣିବାପରେ ପ୍ରଥମେ ସୋସିଆଲ ମିଡିଆରେ ସଂପର୍କ କରିବାକୁ ଚେଷ୍ଟା କରିଥିଲେ । କଥାବାର୍ତ୍ତା ପରେ ଆଇରନମ୍ୟାନ ସୌଭାଗ୍ୟ, ପ୍ରଣବ ଟ୍ରାଇଥଲନ ଖେଳ ପାଇଁ ଉପଯୁକ୍ତ ବୋଲି ଜାଣିପାରିଥିଲେ । ଏହାପରେ ମହାନଦୀରେ ସୁଇମିଂ ଅଭ୍ୟାସ କରିବା ଆରମ୍ଭ ହୁଏ ବୋଲି କହିଛନ୍ତି ପ୍ରଣବ ।

ଜଣେ ମଧ୍ୟବିତ୍ତ ପରିବାରର ପୁଅ ହୋଇଥିଲେ ମଧ୍ୟ, ପ୍ରଣବଙ୍କୁ ପରିବାରର ଭରପୁର ସାଥ୍‌ ମିଳେ । ଯେ କୌଣସି ପ୍ରକାରେ ଆବଶ୍ୟକୀୟ ସରଞ୍ଜାମ ପରିବାର ଲୋକେ ଯୋଗାଇଦେଇଛନ୍ତି ।

ପୁନେର ମିନି ଅରେଞ୍ଜ ଏକାଡେମୀରେ ଅନିକେତ ଚୌଧୁରୀ ଓ ବାଲାଜିଙ୍କ ତତ୍ବାବଧାନରେ ଅଭ୍ୟାସ ଜାରି ରଖିଛନ୍ତି ପ୍ରଣବ । ୪ କିଲୋମିଟର ସୁଇମିଂ, ଇନ୍‌ଡୋରରେ ସାଇକେଲିଂ ଅଭ୍ୟାସ ଚଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.