ETV Bharat / sports

ଜାତୀୟ କବାଡ଼ି ଟିମ ବାଛିବେ ଓଡିଆ ଝିଅ ଜୟଶ୍ରୀ - odisha's Jayashree Swain

ମହିଳା ଜାତୀୟ ଟିମ ଚୟନକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି ଓଡିଶା ଝିଅ ଜୟଶ୍ରୀ ସ୍ବାଇଁ । ଅଧିକ ପଢନ୍ତୁ...

odisha's Jayashree Swain in KFI national selection committee
ଜାତୀୟ କବାଡ଼ି ଟିମ ବାଛିବେ ଓଡିଆ ଝିଅ ଜୟଶ୍ରୀ
author img

By

Published : Mar 15, 2021, 8:06 PM IST

କଟକ: 47ତମ ରାଜ୍ୟ କନିଷ୍ଠ ବାଳକ ଓ ବାଳିକା କବାଡ଼ି ପ୍ରତିଯୋଗୀତା ତେଲେଙ୍ଗାନାର ସୂର୍ଯ୍ୟପେଟରେ ଅନୁଷ୍ଠିତ ହେବ । ଚଳିତ ମାସ 22ରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଖେଳାଯିବ ।

ଏହାପୂର୍ବରୁ ମହିଳା ଜାତୀୟ ଟିମ ଚୟନକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି ଓଡିଶା ଝିଅ ଜୟଶ୍ରୀ ସ୍ବାଇଁ । ଭାରତୀୟ କବାଡ଼ି ମହାସଂଘ ପକ୍ଷରୁ ଜୟଶ୍ରୀଙ୍କୁ ଏହି ଗୁରୁ ଦାୟିତ୍ବ ମିଳିଛି । ଏହି ସମ୍ମାନଜନକ ପଦ ମିଳିବା ପରେ ରାଜ୍ୟ କବାଡ଼ି ସଂଘ ପକ୍ଷରୁ ଜୟଶ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଜୟଶ୍ରୀ ପୂର୍ବତନ ଅନ୍ତର୍ଜାତୀୟ କବାଡି ଖେଳାଳି ରହିଛନ୍ତି । ଫଳରେ ଚୟନକର୍ତ୍ତା ଭାବେ ସେ ବେଶ ସଫଳ ସାବ୍ୟସ୍ତ ହୋଇପାରନ୍ତି । ଚଳିତ ମାସ 20ତାରିଖରେ ସେ ତେଲେଙ୍ଗାନା ଗସ୍ତ କରିବେ ।

ଉଭୟ ପୁରୁଷ ଓ ମହିଳା ଦଳ ପାଇଁ 6 ଜଣ ଚୟନକର୍ତ୍ତାଙ୍କୁ ଚୟନ କରିଛି ଭାରତୀୟ କବାଡ଼ି ମହାସଂଘ ।

ପୁରୁଷ ଦଳ ଚୟନ କମିଟି :

1. ପଦ୍ମଶ୍ରୀ ଅଜୟ ଠାକୁର ( ହିମାଚଳ ପ୍ରଦେଶ)

2. ଆନନ୍ଦ ଯାଦବ(ମଧ୍ୟପ୍ରଦେଶ)

3. ଗୁଲବାହାର ଖାନ୍‌ ( ଉତ୍ତରପ୍ରଦେଶ)

ମହିଳା ଦଳ ଚୟନ କମିଟି :

1. ପଦ୍ମଜା ବଳ (ଆନ୍ଧ୍ରପ୍ରଦେଶ)

2. ଆପାସାହେବ ଦଲବୀ (ମହାରାଷ୍ଟ୍ର)

3. ଜୟଶ୍ରୀ ସ୍ବାଇଁ (ଓଡିଶା)

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.