ହାଇଦ୍ରାବାଦ: ଓଡିଆ ଧାବିକା ଦୂତୀ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଲକ୍ଷ୍ନୌରେ 59ତମ ଅନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚମ୍ପିଆନସିପ-2019 ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ 100 ମିଟର ଦୌଡ ଇଭେଣ୍ଟରେ 11.38 ସେକେଣ୍ଡରେ ପ୍ରଥମ ପହଞ୍ଚିଥିଲେ ଦୂତୀ । ସେମିଫାଇନାଲରେ 11.35 ସେକେଣ୍ଡରେ ପହଞ୍ଚିଥିଲେ ସେ ।
ତାଲିମନାଡୁର ଅର୍ଚନା ସେସିନ 2ୟ ସ୍ଥାନର ରହି 11.50 ସେକେଣ୍ଡରେ ପହଞ୍ଚିଥିଲେ । ସେହିପରି ପଶ୍ଚିମବଙ୍ଗର ହିମାଶ୍ରୀ ରୟ 11.63 ସେକେଣ୍ଡରେ ପହଞ୍ଚି 3ୟ ସ୍ଥାନ ଅକ୍ତିଆର କରିଛନ୍ତି ।