ETV Bharat / sports

ଓଡିଶା ଆୟୋଜନ କରିବ ୪୦ତମ ନ୍ୟାସନାଲ୍‌ ଖୋ-ଖୋ ଚମ୍ପିଆନସିପ୍‌ - ଖୋ ଖୋ ଚମ୍ପିଆନସିପ୍‌

ବିଜୁ ପଟ୍ଟନାୟକ ଇନଡୋର୍‌ ଷ୍ଟାଡିୟମରେ ସେପ୍ଟେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଖେଳାଯିବ । ଉଭୟ ବାଳକ ଓ ବାଳିକା ବର୍ଗରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୬୦ଟି ଟିମର ୭୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ...

Odisha To Host 40th Junior National Kho Kho Championship
ଓଡିଶା ଆୟୋଜନ କରିବ ୪୦ତମ ନ୍ୟାସନାଲ୍‌ ଖୋ ଖୋ ଚମ୍ପିଆନସିପ୍‌
author img

By

Published : Sep 20, 2021, 8:44 PM IST

ଭୁବନେଶ୍ବର: ଜୁନିୟର ନ୍ୟାସନାଲ ଖୋ ଖୋ ଚମ୍ପିଆନସିପ୍‌ର ୪୦ତମ ସଂସ୍କରଣ ଆୟୋଜନ କରିବ ଓଡିଶା । ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଖେଳାଯିବ । ଉଭୟ ବାଳକ ଓ ବାଳିକା ବର୍ଗରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୬୦ଟି ଟିମର ୭୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସମସ୍ତ ବାଳକ ଓ ବାଳିକା ଟିମକୁ ୮ଟି ଗ୍ରୁପରେ ବିଭକ୍ତ କରାଯିବ ।

ପ୍ରତିଯୋଗିତା ନକ୍‌ଆଉଟ ରାଉଣ୍ଡରେ ପହଞ୍ଚି ବିଜେତା ନିର୍ଣ୍ଣୟ ପୂର୍ବରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ବାଳକ ବର୍ଗରେ ଆୟୋଜକ ଓଡିଶା, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମେଘାଳୟ ସହିତ ଗ୍ରୁପ ଡି'ରେ ରହିଛି । ସେହିପରି ମହିଳା ବର୍ଗରେ ଓଡିଶା, ଆନ୍ଧ୍ର ପ୍ରଦେଶ, ମଣୀପୁର ଓ ଜମ୍ମୁ-କାଶ୍ମୀର ସହିତ ଗ୍ରୁପ ଇ'ରେ ସ୍ଥାନ ପାଇଛି ।

ଏହି ନ୍ୟାସନାଲ ଚମ୍ପିଆନସିପ୍‌ର ବିଜେତା ଆସନ୍ତାବର୍ଷ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

୪୦ତମ ସଂସ୍କରଣର ନ୍ୟାସନାଲ ଚମ୍ପିଆନସିପ୍‌, ଭାରତୀୟ ଖୋ ଖୋ ମହାସଂଘର ତତ୍ତ୍ବାବଧାନରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓଡିଶା ସରକାର, KITT ବିଶ୍ବବିଦ୍ୟାଳୟ ସହଯୋଗରେ ଓଡିଶା ଖୋ ଖୋ ଆସୋସିଏସନ ଏହାର ଆୟୋଜନ କରୁଛି । ଏନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଖୁସିର ସହିତ ଆଉ ଏକ ମେଗା କ୍ରୀଡା ଇଭେଣ୍ଟ ଓଡିଶା ଆୟୋଜକ କରିବାକୁ ଯାଉଥିବା ଘୋଷଣା କରିଛନ୍ତି । ବିଜୁ ପଟ୍ଟନାୟକ ଇନଡୋର୍‌ ଷ୍ଟାଡିୟମରେ ୪୦ତମ ଜୁନିୟର ନ୍ୟାସନାଲ ଖୋ ଖୋ ଚମ୍ପିଆନସିପ ଆୟୋଜନ ପାଇଁ ବିଶେଷ ଆଗ୍ରହ ଦେଖାଇଥିବା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.