କଟକ: ବିଶ୍ବ ବ୍ୟାଡ୍ମିଣ୍ଟନ ମହାସଂଘ(BWF)ର ପ୍ରଥମ ଇଭେଣ୍ଟ ଓଡିଶା ଓପନ ୨୦୨୨ର ସଫଳ ଆୟୋଜନ ପରେ ଓଡିଶା ସରକାର ଏହି ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ବାର୍ଷିକ ଇଭେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ଏନେଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଓଡିଶା ଓପନ ୨୦୨୨ କଟକର ଜବାହାରଲାଲ୍ ନେହେରୁ ଇନଡୋର୍ ଷ୍ଟାଡିୟମରେ ଜାନୁଆରୀ ୨୫ରୁ ଆରମ୍ଭ ହୋଇଥିଲା ଓ ଏହା ରବିବାର ଶେଷ ହୋଇଛି ।
-
Sports Secy Sri @rvineel_krishna felicitated the winners in the presence of Shri Ganesh Jirkuntwar, Sr. Executive Director and National Manufacturing Head, @DalmiaBharat, & Shri Ajay Singhannia, Secretary, Badminton Association of India. #OdishaOpen2022 @MyDalmiaCement pic.twitter.com/dOmJcemVaZ
— Odisha Sports (@sports_odisha) January 30, 2022 " class="align-text-top noRightClick twitterSection" data="
">Sports Secy Sri @rvineel_krishna felicitated the winners in the presence of Shri Ganesh Jirkuntwar, Sr. Executive Director and National Manufacturing Head, @DalmiaBharat, & Shri Ajay Singhannia, Secretary, Badminton Association of India. #OdishaOpen2022 @MyDalmiaCement pic.twitter.com/dOmJcemVaZ
— Odisha Sports (@sports_odisha) January 30, 2022Sports Secy Sri @rvineel_krishna felicitated the winners in the presence of Shri Ganesh Jirkuntwar, Sr. Executive Director and National Manufacturing Head, @DalmiaBharat, & Shri Ajay Singhannia, Secretary, Badminton Association of India. #OdishaOpen2022 @MyDalmiaCement pic.twitter.com/dOmJcemVaZ
— Odisha Sports (@sports_odisha) January 30, 2022
ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଆର ଭିନିଲ କ୍ରୀଷ୍ଣା କହିଛନ୍ତି, "ଓଡିଶାରେ ବ୍ୟାଡ୍ମିଣ୍ଟନର ଅଧିକ ଉନ୍ନତି ପାଇଁ ବଡ ଯୋଜନା ରହିଛି । ଓଡିଶା ଓପନ ୨୦୨୨ ଟୁର୍ନାମେଣ୍ଟ ସମସ୍ତଙ୍କୁ ଉତ୍ସାହିତ କରିଛି । ଏହା ବାର୍ଷିକ ଇଭେଣ୍ଟ ହେବ ଓ ଆସନ୍ତା ବର୍ଷ ଅଧିକ ବଡ ଆକାରରେ ଆୟୋଜନ ହେବ ବୋଲି ଆଶା ।"
ପ୍ରଥମ ଥର ପାଇଁ ଓଡିଶା ଏକ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା ଓ ବ୍ୟାଡ୍ମିଣ୍ଟନ ଖେଳ ଆମେ ଗୁରୁତ୍ବ ଦେଉଥିବା ଖେଳମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ସେ କହିଛନ୍ତି । ଏଥିସହିତ କ୍ରୀଡା ସଚିବ, ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ(BAI) ଓ ବିଶ୍ବ ବ୍ୟାଡ୍ମିଣ୍ଟନ ମହାସଂଘ(BWF) ଓ ଓଡିଶା ବ୍ୟାଡ୍ମିଣ୍ଟନ ସଂଘକୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାକୁ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀଙ୍କୁ କ୍ରୀଡା ସଚିବ ସମ୍ବର୍ଦ୍ଧିତ କରିଛନ୍ତି ।
IANS