ETV Bharat / sports

ଆଜିଠୁ କଟକରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି - ଓଡିଶା ଓପନ ବ୍ୟାଡମିଣ୍ଟନ ୨୦୨୨

ଆଜି (ମଙ୍ଗଳବାର) ଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି BWF ଓଡିଶା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଓଡିଶା ମାଟିରେ ଏହା ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ ହେବ । ଅଧିକ ପଢନ୍ତୁ

Odisha Open Badminton: Excitement galore amongst players, organisers
ଓଡିଶା ମାଟିରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି
author img

By

Published : Jan 24, 2022, 9:18 PM IST

Updated : Jan 25, 2022, 11:01 AM IST

ଭୁବନେଶ୍ବର: କ୍ରୀଡା କ୍ଷେତ୍ରରେ ଓଡିଶା ହାସଲ କରିବାକୁ ଯାଉଛି ଆଉ ଏକ ନୂଆ ଉପଲବ୍ଧି । ସଫଳ ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଣ୍ଟ ଆୟୋଜନରେ ଆଉଏକ ମାଇଲଖୁଣ୍ଟ ଛୁଇଁବା ସହ ଓଡିଶା ନାମରେ ଯୋଡି ହେବାକୁ ଯାଉଛି ଏକ ସଫଳ ଫର୍ଦ୍ଦ । ମଙ୍ଗଳବାର ଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି BWF ଓଡିଶା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ । ଓଡିଶା ମାଟିରେ ଏହା ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ ହେବ ।

୧୭ଟି ଦେଶରୁ ପ୍ରାୟ ୩୫୦ ଖେଳାଳି ଏହି ମେଗା ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଶେଷ ହୋଇସାରିଛି । ସୋମବାର କଟକରେ ଖେଳାଳି ପ୍ରାକ୍ଟିସ ସେସନରେ ସାମିଲ ହୋଇଛନ୍ତି ।

ଏହି ଟୁର୍ନାମେଣ୍ଟ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ଓ ଓଡିଶା ବ୍ୟାଡ୍‌ମିଣ୍ଟନ ସଂଘର ମିଳିତ ସହଯୋଗରେ ଆୟୋଜିତ ହେଉଛି । ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍‌ JNIS କଟକର ଚାରୋଟି କୋର୍ଟରେ ଖେଳାଯିବ । ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଭେନ୍ୟୁ ପ୍ରସ୍ତୁତ ବୋଲି ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି ।

ଟୁର୍ନାମେଣ୍ଟ COVID-19 ଗାଇଡଲାଇନ ଅନୁଯାୟୀ ଖେଳାଯିବାକୁ ଥିବାରୁ ଷ୍ଟାଡିୟମକୁ ଦର୍ଶକଙ୍କୁ ବାରଣ କରାଯାଇଛି । ଭୁବନେଶ୍ବରରେ ପହଞ୍ଚିବା ପରେ ସମସ୍ତ ଖେଳାଳି, ଟେକ୍ନିକାଲ ଅଫିସିଆଲ, ଭଲ୍ୟୁଣ୍ଟିଅରଙ୍କର COVID ଟେଷ୍ଟ କରାଯାଇଛି । ନେଗେଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିଛି । ଏକାଧିକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ସଫଳ ଆୟୋଜନ କରି ଓଡିଶା ଅନ୍ତର୍ଜାତୀୟ ସ୍ତରରେ ନୂଆ ଏକ ପରିଚୟ ସୃଷ୍ଟି କରିସାରିଛି । ବିଶେଷ କରି ହକି, ଆଥଲେଟିକ୍‌ସ ପରେ ଓଡିଶା ଓପନ ସୁପର ୧୦୦ ଟୁର୍ନାମେଣ୍ଟ ଅନ୍ୟ ଏକ ସଫଳତମ ଫର୍ଦ୍ଦ ହେବାକୁ ଯାଉଛି ।

ଏହ ପ୍ରତିକ୍ଷୀତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବାବେଳେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଏହି ସମ୍ମାନଜନକ ଇଭେଣ୍ଟର ଆୟୋଜନ କରିବା ଗର୍ବର କଥା । ଅନ୍ୟ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ପରି ଏହି ଟୁର୍ନାମେଣ୍ଟ ମଧ୍ୟ ସଫଳତାର ସହ ଆୟୋଜନ କରିବାକୁ ଆୟୋଜକ ଟିମରେ ଥିବା ପ୍ରତିଟି ସଦସ୍ୟ ସମାନ ଉତ୍ସାହ ସହିତ କାର୍ଯ୍ୟ କରିବେ ବୋଲି ଆଶାବାଦୀ ।"

ଏହାମଧ୍ୟ ପଢନ୍ତୁ: Odisha Open: କଟକ ପ୍ରସ୍ତୁତ, ମଙ୍ଗଳବାରଠୁ ବ୍ୟାଡ୍‌ମିଣ୍ଟନ ମହାସମର

ଅଧିକାରୀଙ୍କ ସୂଚନା ଅନୁଯାୟୀ, ୫ଟି ବର୍ଗରେ ସମସ୍ତ ମ୍ୟାଚ୍ ଖେଳାଯିବ- ପୁରୁଷ ଏକକ, ମହିଳା ଏକକ, ପୁରୁଷ ଯୁଗଳ, ମହିଳା ଯୁଗଳ ଓ ମିଶ୍ରିତ ଯୁଗଳ । ଟୁର୍ନାମେଣ୍ଟର ଚମ୍ପିଆନ ଖେଳାଳିଙ୍କ ପାଇଁ ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ରହିଥିବା ଟୁର୍ନାମେଣ୍ଟର ଡେପୁଟି ମୁଖ୍ୟ ରେଫ୍ରୀ ଗିରିସ ନଟୁ କହିଛନ୍ତି । କିମ୍ବଦନ୍ତୀ କୋଚ୍‌ ପୁଲେଲା ଗୋପୀଚାନ୍ଦ ଓଡିଶାରେ ପହଞ୍ଚିସାରିଥିବାବେଳେ, ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଖେଳାଳିଙ୍କୁ ମ୍ୟାଚ୍‌ ପୁର୍ବରୁ ଉତ୍ସାହିତ କରିଛନ୍ତି ।

IANS

Last Updated : Jan 25, 2022, 11:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.