ETV Bharat / sports

Swiss open ଚାମ୍ପିୟନ ସିନ୍ଧୁଙ୍କୁ ନବୀନଙ୍କ ଶୁଭେଚ୍ଛା

ସ୍ବିସ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ

author img

By

Published : Mar 27, 2022, 9:03 PM IST

Odisha CM Naveen patnaik congratulates suttler PV Sindhu on clinching swiss open women's single title
Swiss open ଚାମ୍ପିୟନ ସିନ୍ଧୁଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ସ୍ବିଜରଲାଣ୍ଡର ବାସେଲରେ ଖେଳାଯାଉଥିବା ସ୍ବିସ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଟାଇଟେଲ ବିଜେତା ହୋଇଛନ୍ତି ଦୁଇ ଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ସର୍ଟଲର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ । ଏହି ଚାମ୍ପିୟନ ପ୍ରଦର୍ଶନ ପାଇଁ ସିନ୍ଧୁଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ ହୋଇଥିଲା ଏଚ ଏସ ପ୍ରଣୟଙ୍କୁ ମଧ୍ୟ ନବୀନ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ । ପୂର୍ବରୁ ଜାନୁଆରୀରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟେଲ ୨୦୨୨ ଜିତିଥିଲେ ଷ୍ଟାର ଭାରତୀୟ ସର୍ଟଲର । ବାସେଲର ମଧ୍ୟ ଏହା ସିନ୍ଧୁଙ୍କ ଦ୍ବିତୀୟ ଟାଇଟେଲ୍‌ । ପୂର୍ବରୁ ଏଠାରେ ୨୦୧୯ରେ ପ୍ରଥମ ୱାର୍ଲ୍ଡ ଚାମ୍ପିୟନସିପ୍‌ ଟାଇଟେଲ ଜିତିଥିଲେ ।

ଅନ୍ୟପଟେ ଏଚ୍‌ ଏସ ପ୍ରଣୟ ନିଜର ଟାଇଟେଲ ବିଜୟ ବନବାସ ଶେଷ କରିବାକୁ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇଛନ୍ତି ପ୍ରଣୟ । ଜୋନାଥନ ଚରିଟଙ୍କ ଠାରୁ ୧୨-୨୧, ୧୮-୨୧ ସେଟ୍‌ରେ ଏକତରଫା ଭାବେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.