ETV Bharat / sports

ଏସୀୟ ପାରା କ୍ରୀଡାବୀତଙ୍କୁ 10 ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା - କ୍ରୀଡାବିତଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା

କ୍ରୀଡାବିତଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏସୀୟ ପାରା କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର 7 ଜଣ କ୍ରୀଡ଼ାବିତଙ୍କୁ 10 ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 21, 2023, 8:02 AM IST

ଭୁବନେଶ୍ବର: ଚୀନର ହାଙ୍ଗଝୌରେ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଏସୀୟ ପାରା କ୍ରୀଡ଼ା । ଏଥିରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡିଶାର 7 ଜଣ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖେଳାଳିଙ୍କୁ 10 ଲକ୍ଷ୍ୟ ଲେଖାଏଁ ପ୍ରୋତ୍ସାହନ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରତି ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାରା ଆଥଲେଟ୍ସ ମାନେ ମାନବିକତା ଏବଂ ଦୃଢ଼ ସଙ୍କଳ୍ପ ବଦ୍ଧତାର ପ୍ରମାଣ । ପରିଶ୍ରମ ବଳରେ ଆମ ଖେଳାଳି ମାନେ ଏସୀୟ ପାରା କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ସେମାନଙ୍କ ପାଇଁ ଆମେ ଗର୍ବିତ। ସମସ୍ତ ଖେଳାଳିଙ୍କୁ ମୋର ଶୁଭେଚ୍ଛା । ଭଲ ପ୍ରଦର୍ଶନ କରି ଦେଶ ପାଇଁ ସମସ୍ତେ ଗୌରବ ଆଣନ୍ତୁ ।

ଏହା ମଧ୍ୟ ପଢନ୍ତୁ-କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମିଳିବ ସହଯୋଗ

ଏସୀୟ ପାରା କ୍ରୀଡାରେ ଭାରତୀୟ ଦଳରେ 309 ଜଣ ଖେଳାଳି ଭାଗ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡିଶାର 7 ଜଣ ରହିଛନ୍ତି । ସେମାନେ ହେଉଛନ୍ତି, ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ରାଖାଲ କୁମାର ସେଠୀ, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ଭି.ରାମେଶ ରାଓ, ପୂଜାସ୍ବିନୀ ନାଏକ ଓ ପ୍ରଫୁଲ୍ଲ ଖଣ୍ଡାୟତରାଏ। ସମସ୍ତେ ଭାରତୀୟ ଦଳରେ ସାମିଲ ହୋଇ ହାଙ୍ଗଝୌ ଯାତ୍ରା କରିଛନ୍ତି ।

ଗତବର୍ଷ ଏସୀୟ ପାରା କ୍ରୀଡ଼ାର ବ୍ୟାଡମିଣ୍ଟନ ଡବଲ୍ସରେ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତେଣୁ ଚଳିତ ଥର ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିବା ନେଇ ଆଶା କରାଯାଉଛି । ରାଖାଲ, ଭି.ରାମେଶ, ପ୍ରଫୁଲ୍ଲ ଓ ପୂଜାସ୍ବିନୀ ହ୍ବିଲଚେୟାର ଫେନସିରେ ଭାଗ ନେବେ। ସେହିପରି ଧାବିକା ଜୟନ୍ତୀ ବେହେରା 2018ରେ 400 ମିଟରରେ ରୌପ୍ୟ ଓ 200 ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଚେସରେ ରୌପ୍ୟ ହସାଲ କରିଥିଲେ।

କିଛି ଦିନ ପୂର୍ବେ ଚୀନ୍‌ର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶାର ଜାଭେଲିନ ଷ୍ଟାର୍‌ କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କିଶୋର ଦେଶ ପାଇଁ ରୌପ୍ୟ ପଦକ ଜିତିବା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି । ଏହି ଗୌରବମୟ କୀର୍ତ୍ତିମାନ ପାଇଁ ଓଡ଼ିଶାର ଜାଭେଲିନ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.