ETV Bharat / sports

କୋଚିଂ କୋର୍ସ ନାମଲେଖା କଟକଣା କୋହଳ କଲା NSNIS - ନେତାଜୀ ସୁବାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟ୍ସ

ନେତାଜୀ ସୁବାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟ୍ସ (NSNIS)ପକ୍ଷରୁ ଚଳିତ ଥର କୋଚିଂ କୋର୍ସରେ ଆଡମିଶନ ପାଇଁ ମାନଦଣ୍ଡକୁ କୋହଳ କରାଯାଇଛି । ଏନେଇ ମଇ ମାସରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଘୋଷଣା କରିଥିଲେ ।

NSNIS Patiala announces relaxation in admission criteria of coaching course
କୋଚିଂ କୋର୍ସ ନାମଲେଖା କଟକଣା କୋହଳ କଲା NSNIS
author img

By

Published : Jul 10, 2020, 7:59 PM IST

ନୂଆଦିଲ୍ଲୀ: ଅଧିକ ସଂଖ୍ୟକ କ୍ରୀଡାବିତଙ୍କୁ କୋଚିଂ କୋର୍ସରେ ଆଡମିଶନ ନେବାପାଇଁ ଆକୃଷ୍ଟ କରିବାକୁ ପ୍ରୟାସ ଆରମ୍ଭ । ନେତାଜୀ ସୁବାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟ୍ସ (NSNIS)ପକ୍ଷରୁ ଚଳିତ ଥର ଆଡମିଶନ ପାଇଁ ମାନଦଣ୍ଡକୁ କୋହଳ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ 46 ଜଣ ମହିଳା ଓ ପୁରୁଷ ଆଥଲେଟ ସିଧାସଳଖ ଡିପ୍ଳୋମା ସ୍ପୋର୍ଟ୍ସ କୋଚିଂ କୋର୍ସରେ ନାମ ଲେଖାଇପାରିବେ । ତେବେ NSNISରେ 2020-21ଶିକ୍ଷା ବର୍ଷ ଠାରୁ ଏହା ଲାଗୁ ହେବ । ଏନେଇ ମଇ ମାସରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଘୋଷଣା କରିଥିଲେ ।

ନାମ ଲେଖାଇବା ପାଇଁ କ୍ରୀଡାବିତଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +2 ରହିଥିଲା । ତେବେ ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ବିଜେତା ଓ ସିନିୟର ବିଶ୍ବ ଚମ୍ପିଆନସିପଙ୍କୁ ମଧ୍ୟ ନାମ ଲେଖାଇବା ପାଇଁ ସୁଯୋଗ ମିଳିବ ।

ପୂର୍ବରୁ ନାମ ଲେଖାଇବା ପାଇଁ ସିନିୟର ବିଶ୍ବ ଚମ୍ପିଆନସିପରେ ମେଡାଲ ବିଜୟ ବାଧ୍ୟତା ମୂଳକ ଥିଲା । ମାତ୍ର ଏଥିରେ ପରିବର୍ତ୍ତନ କରାଯାଇ ସେହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା କ୍ରୀଡାବିତଙ୍କୁ ମଧ୍ୟ କୋଚିଂ କୋର୍ସରେ ନାମ ଲେଖାଇବାର ସୁଯୋଗ ମିଳିବ । ଏଥିସହିତ ଏସିଆନ କିମ୍ବା ରାଜ୍ୟ ଗୋଷ୍ଠୀ ଇଭେଣ୍ଟରେ ଗୋଲ୍ଡ ମେଡାଲ ବାଧ୍ୟତାମୂଳକ ଥିଲା । ମାତ୍ର ଏହାକୁ କେବଳ ମେଡାଲ କିମ୍ବା ଅଂଶଗ୍ରହଣକାରୀ କରାଯାଇଛି । ଆବେଦନର ଶେଷ ତାରିଖ ଜୁଲାଇ 31 ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.