ETV Bharat / sports

ଶୁକ୍ରବାରଠୁ ନୂଆଦିଲ୍ଲୀରେ ସୁଟିଂ ବିଶ୍ବକପ, ଭାଗନେବେ 53ଟି ଦେଶର 294 ଆଥଲେଟ - ISSF ବିଶ୍ବକପ 2021

ଭାରତ 57 ଜଣିଆ ଶକ୍ତିଶାଳୀ ବିଶ୍ବକପ ଟିମ ପ୍ରସ୍ତୁତ କରିଛି । ମନୁ ଭାକର, ତେଜସ୍ବିନୀ ସୱାନ୍ତ, ସଞ୍ଜୀବ ରାଜପୁତଙ୍କ ଭଳି ଏକାଧିକ ଯୁବ ସୁଟର ରହିଛନ୍ତି । ଅଧିକ ପଢନ୍ତୁ...

NRAI President confident of delivering successful ISSF World Cup
ଶୁକ୍ରବାରଠୁ ନୂଆଦିଲ୍ଲୀରେ ସୁଟିଂ ବିଶ୍ବକପ, ଭାଗନେବେ 53ଟି ଦେଶର 294 ଆଥଲେଟ
author img

By

Published : Mar 17, 2021, 8:57 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ମାର୍ଚ୍ଚ 18)ଠାରୁ ଆରମ୍ଭ ହେଉଛି ISSF ସୁଟିଂ ବିଶ୍ବକପ । ଏହି ମେଗା ପ୍ରତିଯୋଗୀତାର ସଫଳତା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ନ୍ୟାସନାଲ ରାଇଫଲ ଆସୋସିଏସନ ସଭାପତି ରାଜିନ୍ଦର ସିଂହ । ମାର୍ଚ୍ଚ 18ରୁ 29 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ(ISSF) ବିଶ୍ବକପ ରାଇଫଲ/ପିସ୍ତଲ/ ସଟଗନ୍‌ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂ ସୁଟିଂ ରେଞ୍ଜ(DKSSR)ରେ ଖେଳାଯିବ ।

ମୋଟ 53ଟି ଦେଶକୁ 294 ଆଥଲେଟ ପ୍ରତିନିଧିତ୍ବ କରିବେ । ଭାରତ 57 ଜଣିଆ ଶକ୍ତିଶାଳୀ ବିଶ୍ବକପ ଟିମ ପ୍ରସ୍ତୁତ କରିଛି । ମନୁ ଭାକର, ତେଜସ୍ବିନୀ ସୱାନ୍ତ, ସଞ୍ଜୀବ ରାଜପୁତଙ୍କ ଭଳି ଏକାଧିକ ଯୁବ ସୁଟର ରହିଛନ୍ତି । କୋଭିଡ-19 ପରେ ବିଶ୍ବରେ ଏହା ପ୍ରଥମ ବହୁଦେଶୀୟ ଅଲମ୍ପିକ ସ୍ପୋର୍ଟିଂ ଇଭେଣ୍ଟ ହେବାକୁ ଯାଉଛି ।

ISSF ବିଶ୍ବକପ 2021 ନୂଆଦିଲ୍ଲୀର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବାବେଳେ ପ୍ରଥମ ଫାଇନାଲ ଶନିବାର ହେବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.