ନୂଆଦିଲ୍ଲୀ: ପୂର୍ବରୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ସାକ୍ଷୀ ମଲିକ ଓ ମୀରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ତାଲିକାରୁ ହଟାଇଦେଇଛି କ୍ରୀଡାମନ୍ତ୍ରଣାଳୟ । ଏହାକୁ ନେଇ ସମାଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତବର୍ଷ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ 27ଜଣଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ତେବେ ଅବିଶ୍ବସନୀୟ ଭାବେ 5ଜଣ ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନପାଇଁ ଚୟନ କରାଯାଇଛି ।

-
माननीय प्रधानमंत्री @narendramodi जी ओर माननीय खेल मंत्री @KirenRijiju जी । pic.twitter.com/YF1hQuJfPi
— Sakshi Malik (@SakshiMalik) August 22, 2020 " class="align-text-top noRightClick twitterSection" data="
">माननीय प्रधानमंत्री @narendramodi जी ओर माननीय खेल मंत्री @KirenRijiju जी । pic.twitter.com/YF1hQuJfPi
— Sakshi Malik (@SakshiMalik) August 22, 2020माननीय प्रधानमंत्री @narendramodi जी ओर माननीय खेल मंत्री @KirenRijiju जी । pic.twitter.com/YF1hQuJfPi
— Sakshi Malik (@SakshiMalik) August 22, 2020
ଗତ ସପ୍ତାହରେ ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକାମ ଶର୍ମାଙ୍କ ନେତୃତ୍ବରେ ପୁରସ୍କାର ଚୟନ କମିଟି ଚଳିତ ବର୍ଷ ଅର୍ଜୁନ ଆୱାର୍ଡ ପାଇଁ କ୍ରୀଡାମନ୍ତ୍ରଣାଳୟକୁ 29 ଜଣଙ୍କ ନାମ ସୁପାରିଶ କରିଥିଲା । ଏହି ତାଲିକାରେ ରିଓ ଅଲମ୍ପିକ୍ସ ବ୍ରୋଞ୍ଜ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ଓ 2017ରେ ଭାରଉତ୍ତୋଳନ ବିଶ୍ବ ଚମ୍ପିଆନ ମୀରାବାଇ ଚାନୁଙ୍କ ନାମ ରହିଥିଲା । ତେତେବ ତାଲିକା କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କ ପାଖେ ତାଲିକା ପହଞ୍ଚିବା ପରେ ଚୁଡାନ୍ତ ତାଲିକାରୁ ସାକ୍ଷୀ ଓ ମୀରାବାଇଙ୍କ ନାମକୁ ବାଦ ଦିଆଯାଇଥିଲା ।


ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ଖେଳ ରତ୍ନ ହାସଲ କରିଥିବା ଯୋଗୁଁ ନାମକୁ ବାଦ ଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ଦୁଇ ମହିଳି ଖେଳାଳିଙ୍କ ନାମ ବାଦ ପଡିବାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି । ନିଜେ ସାକ୍ଷୀ ଦେଶପାଇଁ କେଉଁ ପୁରସ୍କାର ଜିତିଲେ ଅର୍ଜୁନ ପୁରସ୍କାର ମିଳିବ ବୋଲି ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଟ୍ବିଟ ଯୋଗେ ପ୍ରଶ୍ନ କରିଛନ୍ତି । ଚଳିତ ବର୍ଷ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ମାରିୟାପ୍ପନ ଥାଙ୍ଗାଭେଲୁ(ପାରାଅଲମ୍ପିକ୍ସ), ମୋନିକା ବାତ୍ରା(ଟେବୁଲ ଟେନିସ), ଭିନେଶ ଫୋଗଟ(କୁସ୍ତି) ଓ ରାନୀ ରାମପାଲ(ହକି)ଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ ପାଇଁ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି ।

ତେବେ ପାଡଲର ମୋନିକା ବାତ୍ରାଙ୍କୁ ଖେଳରତ୍ନ ମିଳିବା ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । 2018 କମନୱେଲଥ୍ ଗୋଲ୍ଡ କୋଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମୋନିକା । ଅର୍ଜୁନ ଆୱାର୍ଡ ବିଜେତା ପରେ କୌଣସି ଆଖିଦୃଶିଆ ସଫଳତା ମୋନିକା ହାସଲ କରିନାହାନ୍ତି । ଏମିତିକି ମୋନିକାଙ୍କ ବିଶ୍ବ ଟେବୁଲ ଟେନିସ ମାନ୍ୟତା 63ତମ ସ୍ଥାନରୁ ଖସିଆସିଛି । କିନ୍ତୁ ମନ୍ତ୍ରଣାଳୟ ତାଙ୍କର ନାମ ସୁପାରିଶ ଖାରଜ ବିରୁଦ୍ଧରେ ନିଷ୍ପତ୍ତି ନେଇଛି ।

ରାନୀ ରାମପାଲଙ୍କ ଚୟନ ନେଇ ପ୍ରଶ୍ନ ଉଠିଛି । ମାତ୍ର ରାନୀ ଟୋକିଓ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଗୋଲ ସହ ଟିମକୁ ଟୋକିଓ ଟିକେଟ ହାସଲ କରିବାରେ ପ୍ରମୁଖ ଭୁମିକା ନିଭାଇଥିଲେ । ମାତ୍ର ରାନୀଙ୍କ ନେତୃତ୍ବରେ 2019 ଜାକର୍ତ୍ତା ଏସିଆନ ଗେମ୍ସ ଫାଇନାଲରେ ଟିମ ଜାପାନ ଠାରୁ 1-2 ଗୋଲରେ ପରାଜିତ ହୋଇଥିଲା । ତେବେ କ୍ରୀଡାଜଗତ ଶୀତକାଳୀନ ଅଲମ୍ପିକ ଖେଳର ଭେଟେରାନ ଖେଳାଳି ଶିବ କେଶବନଙ୍କୁ ଅର୍ଜୁନ ପୁରସ୍କାର ମିଳବା ନେଇ ପ୍ରଂଶସା କରିଛନ୍ତି । ସେ ବର୍ଷ 1998ରୁ 2018 ମଧ୍ୟରେ ଭାରତ ପକ୍ଷରୁ 6ଥର ପ୍ରତିନିଧତ୍ବ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଅନେକ ପଦକ ବିଜୟୀ ହୋଇଥିବାବେଳେ, ତାଙ୍କ ନାମରେ ଏକାଧିକ ଏସିଆନ ଓ ବିଶ୍ବ ରେକର୍ଡ ରହିଛି । ଏଥିସହିତ ଅର୍ଜୁନ ଆୱାର୍ଡ ସୂଚୀରେ ଖୋଖୋ ଖେଳାଳି ସୁଧାକର ସାରିକେ କାଲେଙ୍କ ନାମ କୁ ମଧ୍ୟ ପ୍ରଶଂସା କରାଯାଇଛି ।

ଖେଳରତ୍ନ:
ରୋହିତ ଶର୍ମା(କ୍ରିକେଟ), ମାରିୟାପ୍ପନ ଥାଙ୍ଗାଭେଲୁ(ପାରାଅଲମ୍ପିକ୍ସ), ମୋନିକା ବାତ୍ରା(ଟେବୁଲ ଟେନିସ), ଭିନେଶ ଫୋଗଟ(କୁସ୍ତି) ଓ ରାନୀ ରାମପାଲ(ହକି)
ଦ୍ରୋଣାଚାର୍ଯ୍ୟ ଆୱାର୍ଡ(ଲାଇଭଟାଇମ ବର୍ଗ):
ଧର୍ମେନ୍ଦ୍ର ତିୱାରୀ(ତୀରନ୍ଦାଜ), ପୁରୁଷୋତ୍ତମ ରାୟ(ଆଥଲେଟିକ୍ସ), ଶିବ ସିଂ(ବକ୍ସିଂ), ରୋମେଶ ପଠାନିଆ(ହକି), କ୍ରୀଷନ କୁମାର ହୁଡ୍ଡା(କବାଡି), ବିଜୟ ଭଲଚନ୍ଦ୍ର ମୁନୀଷର(ପାରା-ପାୱାରଲିପ୍ଟିଂ), ନରେଶ କୁମାର(ଟେନିସ), ଓମ ପ୍ରକାଶ ଦହିୟା(କୁସ୍ତି).
ରେଗୁଲାର ବର୍ଗ: ଜୁଡେ ଫେଲିକ୍ସ ସେବାଷ୍ଟିଆନ(ହକି), ଯୋଗେଶ ମାଲଭିୟା(ମାଲଖାମ୍ବ), ଜଶପଲ ରାଣା(ସୁଟିଂ), କୁଲଦୀପ କୁମାର ହାଣ୍ଡୋ(ଉସୁ), ଗୌରବ ଖାନ୍ନା(ପାରା-ବ୍ୟାଡମିଣ୍ଟନ)
ଅର୍ଜୁନ ଆୱାର୍ଡ:
ଅତନୁ ଦାସ(ତୀରନ୍ଦାଜ), ଦୂତୀ ଚାନ୍ଦ(ଆଥଲେଟିକ୍ସ), ସାତ୍ତିକ ସାଇରାଜ ରେଙ୍କିରେଡ୍ଡି(ବ୍ୟାଡମିଣ୍ଟନ), ଚିରାଗ ଚନ୍ଦ୍ରଶେଖର ସେଟ୍ଟି(ବ୍ୟାଡମିଣ୍ଟନ), ବିଶେଷ ଭ୍ରିଗୁନାସି(ବାସ୍କେଟବଲ), ସୁବେଦର ମନିଷ କୌଷିକ(ବକ୍ସିଂ), ଲଭଲିନା ବୋରଗହେନ(ବକ୍ସିଂ), ଇଶାନ୍ତ ଶର୍ମା(କ୍ରିକେଟ), ଦୀପ୍ତି ଶର୍ମା(କ୍ରିକେଟ), ସାୱନ୍ତ ଅଜୟ ଅନନ୍ତ(ଇକୁଷ୍ଟ୍ରିଆନ), ସନ୍ଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ(ଗୋଲ୍ଫ), ଆକାଶଦୀପ ସିଂ(ହକି), ଦୀପିକା (ହକି), ଦୀପକ (କବାଡି), କାଲେ ସାରିକା ସୁଧାକର(ଖୋ ଖା), ଦତ୍ତୁ ବାବାନ ଭୋକନାଲ(ରୋଇଂ), ମନୁ ଭାକର (ସୁଟିଂ), ସୌରଭ ଚୌଧୁରୀ(ସୁଟିଂ), ମାଧୁରିକା ସୁହାସ ପାଟକର(ଟେବୁଲ ଟେନିସ), ଦିବଜି ସରଣ(ଟେନିସ), ଶିବ କେଶଭନ(ଶୀତକାଳୀନ ଖେଳ), ଦିବ୍ୟ କାକରନ(କୁସ୍ତି), ରାହୁଲ ଆୱାରେ(କୁସ୍ତି), ସୁୟସ ନାରାୟଣ ଯାଦବ(ପାରା-ସୁଇମିଂ), ସନ୍ଦୀପ (ପାରା ଆଥଲେଟିକ୍ସ), ମନିଷ ନରୱାଲ(ପାରା ସୁଟିଂ)
ଧ୍ୟାନଚାନ୍ଦ ଆୱାର୍ଡ:
କୁଲଦୀପ ସିଂ ଭୁଲର(ଆଥଲେଟିକ୍ସ), ଜିଙ୍କି ଫିଲିପସ(ଆଥଲେଟିକ୍ସ), ପ୍ରଦୀପ ଶୀକ୍ରିଷ୍ଣ ଗାନ୍ଧେ(ବ୍ୟାଡମିଣ୍ଟନ), ତ୍ରୁପ୍ତି ମୁର୍ଗୁଣ୍ଡି(ବ୍ୟାଡମିଣ୍ଟନ) ଏନ ଉଷା (ବକ୍ସିଂ), ଲାଖା ସିଂ(ବକ୍ସିଂ), ସୁଖଭିନ୍ଦର ସିଂ ସନ୍ଧୁ(ଫୁଟବଲ), ଅଜିତ ସିଂ(ହକି), ମନପ୍ରୀତ ସିଂ(କବାଡି), ଜେ ରଞ୍ଜିତ କୁମାର(ପାରା-ଆଥଲେଟିକ୍ସ), ସତ୍ୟପ୍ରକାଶ ତିୱାରୀ (ପାରାବ୍ୟାଡମିଣ୍ଟନ), ମନଜିତ ସିଂ(ରୋଇଂ), ସ୍ବର୍ଗତ ଶ୍ରୀ ସଚିନ ନାଗ(ସୁଇମିଂ), ନନ୍ଦନ ପି ବଳ(ଟେନିସ), ନେତାରପଲ ହୁଡ୍ଡା(କୁସ୍ତି) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ