ETV Bharat / sports

Hockey World Cup: ରାଉରକେଲାରେ ପହଁଞ୍ଚିଲା ନ୍ୟୁଜିଲାଣ୍ଡ, ବିର୍ସାମୁଣ୍ଡାରେ ଦଳ ଖେଳିବ ପ୍ରଥମ ମ୍ୟାଚ

author img

By

Published : Jan 7, 2023, 8:06 PM IST

ପ୍ରଥମ ବିଦେଶୀ ଦଳ ଭାବରେ ରାଉରକେଲା ସହରରେ ପହଁଞ୍ଚିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଜାନୁଆରୀ ୧୪ ତାରିଖରେ ଚିଲି ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡ ହକି ଟିମ
ନ୍ୟୁଜିଲାଣ୍ଡ ହକି ଟିମ
Hockey World Cup : ରାଉରକେଲାରେ ପହଁଞ୍ଚିଲା ନ୍ୟୁଜିଲାଣ୍ଡ, ବିର୍ସାମୁଣ୍ଡାରେ ଦଳ ଖେଳିବ ପ୍ରଥମ ମ୍ୟାଚ

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ପହଁଞ୍ଚିଲା ନ୍ୟୁଜିଲାଣ୍ଡ ହକି ଟିମ । ଏହି ହକି ଦଳକୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାକୁ ଅଣାଯାଇଥିଲା । ହକି ବିଶ୍ବକପକୁ ଆଉ ମାତ୍ର ଛଅ ଦିନ ବାକି ରହିଲା । ଗୋଟିଏ ପରେ ଦଳ ରାଉରକେଲାରେ ପହଁଞ୍ଚିବାରେ ଲାଗିଛନ୍ତି । ନ୍ୟୁଜିଲାଣ୍ଡ ଜାନୁଆରୀ ୧୪ ତାରିଖରେ ଚିଲି ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ତେଣୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରାକ୍ଟିସ କରିବ ଦଳ । ପ୍ରଥମ ବିଦେଶୀ ଦଳ ଭାବରେ ରାଉରକେଲା ସହରରେ ପହଁଞ୍ଚିଛି ନ୍ୟୁଜିଲାଣ୍ଡ । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପୂର୍ବରୁ ଡିସେମ୍ବର 27 ତାରିଖରେ ଭୁବନେଶ୍ବରେ ପହଞ୍ଚିଥିଲା ଭାରତୀୟ ଦଳ । ବର୍ତ୍ତମାନ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌ ।

ପ୍ରଥମ ବିଦେଶୀ ଦଳ ଭାବରେ ରାଉରକେଲା ସହରରେ ହକି ଖେଳିବା ପାଇଁ ପହଁଞ୍ଚିଛି ନ୍ୟୁଜିଲାଣ୍ଡ ଟିମ । ଏକ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲାକୁ ପହଁଞ୍ଚିଥିଲା ଦଳ । ନ୍ୟୁଜିଲାଣ୍ଡ ଟିମ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳିବ । ଜାନୁଆରୀ ୧୪ ତାରିଖରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଚିଲି ସହିତ ମୁହାଁମୁହିଁ ହେବ । ଏହି ମ୍ୟାଚର ଭେନ୍ୟୁ ରାଉରକେଲା ରହିଛି । ପରେ ଜାନୁଆରୀ ୧୬ ତାରିଖରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଏହି ମ୍ୟାଚ ମଧ୍ୟ ରାଉରକେଲାରା ଖେଳାଯିବ । ତେଣୁ ରାଉରକେଲାରେ ପହଁଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରାକ୍ଟିସ କରିବ ଟିମ ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ହକି ଦଳର ମୁଖ୍ୟ କୋଚ ଗ୍ରେଗ ନିକୋଲ କହିଛନ୍ତି, "ନ୍ୟୁଜିଲାଣ୍ଡ ଦଳ ହକି ବିଶ୍ବକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ହକି ବିଶ୍ବକପ ୪ ବର୍ଷ ପ୍ରତୀକ୍ଷା ପରେ ଆସିଥାଏ ଏବଂ ଆମେ ଏହି ବିଶ୍ବକପକୁ ଅପେକ୍ଷା କରି ରହିଥାଉ । ଏଠାରେ ଭଲ ପ୍ରଦର୍ଶନ ହିଁ ଆମର ମୂଳ ଲକ୍ଷ୍ୟ । ଏହି ବିଶ୍ବକପରେ ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରୁଛୁ । ନେଦରଲାଣ୍ଡ ଓ ଚିଲି ସହ ଆମର ପ୍ରଥମ ମ୍ୟାଚ ଦୁଇଟି ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ନୂଆ ଷ୍ଟାଡିୟମ ସହିତ ଏହି ପାଣିପାଗରେ ଖାପଖୁଆଇବାକୁ ଆମକୁ ଟିକେ ସମୟ ଲାଗିବ । ତଥାପି ଦଳ ବିପକ୍ଷ ଟିମକୁ ମାତ ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ।"

ନ୍ୟୁଜିଲାଣ୍ଡ ହକି ଟିମ କ୍ୟାପଟେନ ବ୍ଲେୟର ଟରାଣ୍ଟ କହିଛନ୍ତି "ନୂତନ ଷ୍ଟାଡିୟମର ନୂଆ ପିଚ ଆମ ପାଇଁ ଟିକେ କଠିନ ରହିବ । ତେଣୁ ଆମେ ଏହାକୁ ନେଇ ପ୍ରସ୍ତୁତ ଅଛୁ । ପୂର୍ବରୁ ଯେଭଳି ଭାବରେ ଓଡିଶାରେ ଆମକୁ ଭଲ ପାଇବା ମିଳିଥିଲା ଏହି ନୂତନ ଷ୍ଟାଡିୟମରେ ମଧ୍ୟ ଆମକୁ ସେଭଳି ସପୋର୍ଟ ମିଳିବା ନେଇ ଆମେ ଆଶା ରଖିଛୁ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.