ETV Bharat / sports

ବିଶ୍ବ ଆଥଲେଟିକ ଇଭେଣ୍ଟ ପାଇଁ ନୂଆ ତାରିଖ ଘୋଷଣା - ବିଶ୍ବ ଆଥଲେଟିକ ଇଭେଣ୍ଟ

ୱାର୍ଲ୍ଡ ଆଥଲେଟିକ୍ସ ବିଶ୍ବ 20 ବର୍ଷରୁ କମ ଚାମ୍ପିଅନସିପ୍ ନାଇରୋବି 2020 ଏବଂ ବିଶ୍ବ ଆଥଲେଟିକ୍ସ ରେସ୍ ୱାକିଙ୍ଗ ଦଳ ଚାମ୍ପିଅନସିପ୍ ମିନସ୍କ 2020 ପାଇଁ ନୂତନ ତାରିଖ ଘୋଷଣା । ଅଧିକ ପଢନ୍ତୁ...

ବିଶ୍ବ ଆଥଲେଟିକ ଇଭେଣ୍ଟ ପାଇଁ ନୂଆ ତାରିଖ ଘୋଷଣା

author img

By

Published : Jul 31, 2020, 3:17 PM IST

ମୋନାକୋ: ୱାର୍ଲ୍ଡ ଆଥଲେଟିକ୍ସ ବିଶ୍ବ 20 ବର୍ଷରୁ କମ ଚାମ୍ପିଅନସିପ୍ ନାଇରୋବି 2020 ଏବଂ ବିଶ୍ବ ଆଥଲେଟିକ୍ସ ରେସ୍ ୱାକିଙ୍ଗ ଦଳ ଚାମ୍ପିଅନସିପ୍ ମିନସ୍କ 2020 ପାଇଁ ନୂତନ ତାରିଖ ଘୋଷଣା କରିଛି ଯାହା ପୂର୍ବରୁ କୋବଇଡ-19 ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା |

ଟୋକିଓ ଅଲିମ୍ପିକ ଗେମ୍ସର ଗୋଟିଏ ସପ୍ତାହ ପରେ 20 ବର୍ଷରୁ କମ ଚାମ୍ପିଅନସିପ୍ ଅଗଷ୍ଟ 17 ରୁ 22, 2021 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ନିୟମ ଅନୁଯାୟୀ, ଡିସେମ୍ବର 31, 2021 ରେ 16, 17, 18 କିମ୍ବା 19 ବର୍ଷ ବୟସ୍କ ଆଥଲେଟମାନେ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ହେବେ।

ବିଶ୍ବ ଆଥଲେଟିକ୍ସ ରେସ ୱାକିଂ ଟିମ ଚାମ୍ପିଅନସିପ ଏପ୍ରିଲ୍ 23-24, 2022 ପାଇଁ ବେଲାରୁସ, ମିନସ୍କରେ ଅନୁଷ୍ଠିତ ହେବା ପାଇଁ ପୁନଃ ସ୍ଥିର ହୋଇଛି।

ୱାର୍ଲ୍ଡ ଆଥଲେଟିକ୍ସ ହାଫ ମାରାଥନ୍ ଚାମ୍ପିଅନସିପ୍ ୟାଙ୍ଗଜୋ 2022ରେ ମଧ୍ୟ ଏକ ଛୋଟ ତାରିଖ ପରିବର୍ତ୍ତନ ହୋଇଛି, ମାର୍ଚ୍ଚ 20, 2022ରୁ ମାର୍ଚ୍ଚ 27, 2022କୁ ଗୋଟିଏ ସପ୍ତାହ ପଛକୁ ଘୁଞ୍ଚିଛି ।

ବିଶ୍ବ ଆଥଲେଟିକ୍ସର ସଭାପତି ସେବାଷ୍ଟିଆନ୍ କୋ କହିଛନ୍ତି: ବିଶ୍ବ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ବ୍ୟାଘାତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ଇଭେଣ୍ଟ ନିର୍ଦ୍ଧାରଣ କରିବା ଅଧିକ କଷ୍ଟସାଧ୍ୟ କରିଛି କିନ୍ତୁ ଆମେ ଆମର ଆଥଲେଟ୍ସ, ସଦସ୍ୟ ଫେଡେରେସନ୍, ଆୟୋଜକ ସହରଙ୍କୁ ଏନେଇ ଯଥାସମ୍ଭବ ଶୁନିଶ୍ଚିତ କରିବାକୁ ଚାହୁଁଛୁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.