ETV Bharat / sports

‘ଆସନ୍ତା ସପ୍ତାହରେ ଆସିବ ଅଲିମ୍ପିକ୍ସ ପାଇଁ ନୂତନ ତାରିଖ’ - New dates for Olympics

2020 ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ମୁଖ୍ୟ ୟୋଶିରୋ ମୋରି ଶନିବାର କହିଛନ୍ତି ଯେ, ସ୍ଥଗିତ ଅଲିମ୍ପିକ ଖେଳର ନୂତନ ତାରିଖ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସ୍ଥିର ହୋଇପାରିବ ।

new-dates-for-olympics-can-be-declared-next-week
‘ଆସନ୍ତା ସପ୍ତାହରେ ଆସିବ ଅଲିମ୍ପିକ୍ସ ପାଇଁ ନୂତନ ତାରିଖ’
author img

By

Published : Mar 29, 2020, 8:06 AM IST

ଟୋକିଓ: 2020 ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ମୁଖ୍ୟ ୟୋଶିରୋ ମୋରି ଶନିବାର କହିଛନ୍ତି ଯେ, ସ୍ଥଗିତ ଅଲିମ୍ପିକ ଖେଳର ନୂତନ ତାରିଖ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସ୍ଥିର ହୋଇପାରିବ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, 2021ର ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେବାର ସମ୍ଭାବନା ଅଧିକ ରହିଛି ।

ମୋରି କହିଛନ୍ତି ଯେ, ‘‘ ବାକି ଥିବା କାମ ଶେଷ କରିବା ପରେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ମୁଁ କିଛି ସିଦ୍ଧାନ୍ତ ଦେବାକୁ ଚାହୁଁଛି । ମୋର ଆହୁରି ମଧ୍ୟ 33 ଟି ଆନ୍ତର୍ଜାତୀୟ କ୍ରୀଡା ଫେଡେରେସନ ସହ ଆଲୋଚନା କରିବାରେ ଅଛି । ଖେଳ ସ୍ଥଗିତ ରଖିବା ଦ୍ବାରା ଅତିରିକ୍ତ ଖର୍ଚ୍ଚ ଅନିବାର୍ଯ୍ୟ ହେବ ଏବଂ ଏହାକୁ ବହନ କରିବା ଏକ ଚ୍ୟାଲେଞ୍ଜ ହେବ । ’’ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ୱେବସାଇଟରେ ପୋଷ୍ଟ କରାଯାଇଥିବା ଚିଠିରେ ସେ କହିଛନ୍ତି ।

ଟୋକିଓ ଅଲିମ୍ପିକ୍ସର ସ୍ଥଗିତାଦେଶ ଘୋଷଣା ଆଇଓସି ଏବଂ ଆୟୋଜକ କମିଟି ମିଳିତ ବିବୃତ୍ତିରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ରାଷ୍ଟ୍ରପତି ଥୋମାସ ବାଚଙ୍କ ଟେଲିଫୋନ୍ ବାର୍ତ୍ତାଳାପ ପରେ କରିଛନ୍ତି । ଦୁଇଟି ବିଶ୍ୱଯୁଦ୍ଧ ସମୟରେ ଅନ୍ୟ ତିନିଟି ଖେଳକୁ ବାତିଲ କରାଯିବା ସହିତ ଏହା ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍କୁ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.