ETV Bharat / sports

ନୀରଜ, ପ୍ରମୋଦଙ୍କ ସମେତ 12ଜଣଙ୍କୁ ଖେଳରତ୍ନ, ଅର୍ଜୁନ ଆୱାର୍ଡ ପାଇଲେ 35 ଖେଳାଳି

ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା, ପାରାଲମ୍ପିକ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ସୁମିତ ଅଣ୍ଟିଲ ଓ ମହିଳା କ୍ରିକେଟ ମିତାଲି ରାଜଙ୍କ ସମେତ ଅନ୍ୟ ୮ଜଣଙ୍କୁ ମିଳିଲା ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ 'ଖେଳରତ୍ନ' ପୁରସ୍କାର । ଅଧିକ ପଢନ୍ତୁ...

author img

By

Published : Nov 13, 2021, 7:27 PM IST

Neeraj Chopra, Sumit Antil among 12 conferred Khel Ratna; 35 get Arjuna awards
ନୀରଜ, ପ୍ରମୋଦଙ୍କ ସମେତ ୧୨ଜଣଙ୍କୁ ଖେଳରତ୍ନ, ୩୫ଜଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ: ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା, ପାରାଲମ୍ପିକ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ସୁମିତ ଅଣ୍ଟିଲ ଓ ମହିଳା କ୍ରିକେଟ ମିତାଲି ରାଜଙ୍କ ସମେତ ଅନ୍ୟ ୮ଜଣଙ୍କୁ ମିଳିଲା ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ 'ଖେଳରତ୍ନ' ପୁରସ୍କାର । ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ସେହିପରି ଭବ୍ୟ ପୁରସ୍କାର ବିତରଣ ସମୋରୋହରେ ୩୫ଜଣ ଆଥଲେଟ୍‌ଙ୍କୁ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଟୋକିଓ ଅଲମ୍ପିକ୍‌ରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା, ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କ୍ରୀଡା ସେଲିବ୍ରିଟି ଉପସ୍ଥିତି ଥିଲେ । ପୁରସ୍କାର ଗ୍ରହଣ ପାଇଁ ନୀରଜଙ୍କ ନାମ ଘୋଷଣା ପରେ କରତାଳିରେ ପ୍ରକମ୍ପିତ ହୋଇଥିଲା ସମାରୋହ ।

ମୋଟ ୧୨ଜଣ କ୍ରୀଡାବିତ୍‌ଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି- ନୀରଜ ଚୋପ୍ରା(ଆଥଲେଟିକ୍‌ସ), ରବି ଦହିୟା(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ରେଖାରା(ପାରା-ସୁଟିଂ), ସୁମିତ ଅଣ୍ଟିଲ(ପାରା-ଅଥଲେଟିକ୍‌ସ), ପ୍ରମୋଦ ଭଗତ (ପାରା-ବ୍ୟାଡ୍‌ମିଣ୍ଟନ), କ୍ରୀଷ୍ଣା ନାଗର(ପାରା-ବ୍ୟାଡ୍‌ମିଣ୍ଟନ), ମନୀଷ ନରୱାଲ(ପାରା-ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ୍‌) ଓ ମନପ୍ରୀତ ସିଂହ(ହକି) ।

ତେବେ ୨୦୨୦ ପାରାଲମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା କ୍ରୀଷ୍ଣା ନାଗର ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ରହିପାରି ନାହାଁନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ତାଙ୍କର ମାଆଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।

ସେହିପରି ଟୋକିଓ ୨୦୨୦ ଅଲମ୍ପିକ୍‌ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମର ସମସ୍ତ ସଦସ୍ୟ ଅର୍ଜୁନ ଆୱାର୍ଡ ଗ୍ରହଣ କରିଛନ୍ତି । ଶ୍ରୀଜେଶ ଓ ମନପ୍ରୀତ ପୂର୍ବରୁ ଏହି ସମ୍ମାନ ଗ୍ରହଣ କରିସାରିଛନ୍ତି ।

ଅର୍ଜୁନ ଆୱାର୍ଡ ଗ୍ରହଣ କରିଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:

ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍‌ ବର୍ଗରେ)- ଟି.ପି. ଉସେପ(ଆଥଲେଟିକ୍‌ସ), ସରକାର ତଲୱାର(କ୍ରିକେଟ), ସରପଲ ସିଂହ(ହକି), ଅସନ କୁମାର(କବାଡି) ଓ ତପନ କୁମାର ପାଣିଗ୍ରାହୀ(ସୁଇମିଂ) ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ରେଗୁଲାର ବର୍ଗରେ)- ରାଧାକ୍ରୀଷ୍ଣନ ନାୟର ପି(ଆଥଲେଟିକ୍‌ସ), ସନ୍ଧ୍ୟା ଗୁରଙ୍ଗ(ବକ୍ସିଂ), ପ୍ରିତମ ସିୱାଚ(ହକି), ଜୟ ପ୍ରକାଶ ନାୟୁତିଆଲ(ପାରା ସୁଟିଂ) ଓ ଶୁବ୍ରମନିୟମ ରମଣ(ଟେବୁଲ ଟେନିସ) ।

ଧ୍ୟାନଚାନ୍ଦ ଆୱାର୍ଡ (ଲାଇଭଟାଇମ ଆଚିଭମେଣ୍ଟ)- ଆଥଲେଟ ଲେଖା କେସି, ଚେସ ଗ୍ରାଣ୍ଡମାଷ୍ଟର ଅଭିଜିତ କୁଣ୍ଟେ, ଦବିନ୍ଦର ସିଂହ ଗର୍ଚା(ହକି), ବିକାଶ କୁମାର(କବାଡି), ଓ ସାଜନ ସିଂହ(କୁସ୍ତି) ।

ପଞ୍ଜାବ ୟୁନିଭରସିଟି (ଚଣ୍ଡିଗଡ)କୁ ୨୦୨୧ ବର୍ଷ ପାଇଁ ମୌଲାନା ଆବୁଲ କଲାମ ଆଜାଦ(MAKA) ଟ୍ରଫି ମିଳିଛି ।

ଟୋକିଓ ଅଲମ୍ପିକ୍‌ସରେ ଭାରତ ଐତିହାସିକ ପ୍ରଦର୍ଶନ ସହ ୭ଟି ପଦକ ଓ ଟୋକିଓ ପାରାଲମ୍ପିକ୍‌ସରେ ଭାରତୀୟ ପାରାଆଥଲେଟ୍‌ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୯ ପଦକ ହାସଲ କରିଥିଲେ । ଏଥିରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.