ETV Bharat / sports

ନୀରଜ ଚୋପ୍ରାଙ୍କୁ ଭୀଷଣ ଜ୍ବର, କୋଭିଡ ରିପୋର୍ଟ ନେଗେଟିଭ - ନୀରଜ ଚୋପ୍ରା ନ୍ୟୁଜ

ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜ୍ବର । ତେବେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନୀରଜ ସାମିଲ ହୋଇପାରନ୍ତି । ଅଧିକ ପଢନ୍ତୁ...

Neeraj Chopra suffering from high fever, tests Covid negative
ନୀରଜ ଚୋପ୍ରାଙ୍କୁ ଭୀଷଣ ଜ୍ବର, କୋଭିଡ ରିପୋର୍ଟ ନେଗେଟିଭ୍‌
author img

By

Published : Aug 14, 2021, 5:01 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଜ୍ବରରେ ପୀଡିତ । ଗତ ଦୁଇଦିନ ହେବ ତାଙ୍କୁ ଭୀଷଣ ଜ୍ବର ହୋଇଥିବା ଜଣାପଡିଛି । ଅସୁସ୍ଥତା କାରଣରୁ ଶୁକ୍ରବାର ହରିୟାଣା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହୋଇପାରିନଥିଲେ ନୀରଜ ।

ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର COVID-୧୯ ଟେଷ୍ଟ କରାଯାଇଥିଲା । ମାତ୍ର ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି ।

ତେବେ ନୀରଜଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ସୁସ୍ଥ ହେଉଛନ୍ତି ।

ଗତକାଲି ତାଙ୍କର ଶରୀରର ତାପମାତ୍ରା ୧୦୩ ରହିଥିଲା । ମାତ୍ର ବର୍ତ୍ତମାନ ସେ ଭଲ ଅନୁଭବ କରୁଛନ୍ତି ଓ COVID ରିପୋର୍ଟ ମଧ୍ୟ ନେଗେଟିଭ ରହିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ବ୍ୟସ୍ତସୂଚୀ ଯୋଗୁଁ ତାଙ୍କ ଶରୀର ଅସୁସ୍ଥ ହୋଇଥିବା କୁହାଯାଉଛି । ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନୀରଜ ସାମିଲ ହୋଇପାରନ୍ତି । ସେ ସିଧା ରାଷ୍ଟ୍ରପତି ଭବନ ପହଞ୍ଚିବେ । ଅନ୍ୟ ଆଥଲେଟ୍‌ମାନେ ହୋଟେଲ ଅଶୋକାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.