ETV Bharat / sports

Laureus World Sports Awards: ନୀରଜ ଚୋପ୍ରାଙ୍କ ସମେତ ବିଶ୍ବର ୬ ଖେଳାଳି ମନୋନୀତ - ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ

କ୍ରୀଡା ସମ୍ମାନ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ(Laureus World Breakthrough of the Year Award) ଆୱାର୍ଡ ପାଇଁ ନୀରଜ ଚୋପ୍ରା ମନୋନୀତ । ଅଧିକ ପଢନ୍ତୁ

Laureus World Sports Awards: ବିଶ୍ବର ୬ ଜଣଙ୍କ ମଧ୍ୟରେ ନୀରୋଜ ଚୋପ୍ରା ମନୋନୀତ

author img

By

Published : Feb 2, 2022, 5:23 PM IST

ନୂଆଦିଲ୍ଲୀ: ସମ୍ମାନଜନକ କ୍ରୀଡା ସମ୍ମାନ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ (Laureus World Breakthrough of the Year Award) ଆୱାର୍ଡ ପାଇଁ ନୀରଜ ଚୋପ୍ରା ମନୋନୀତ । ବିଶ୍ବର ବଛା ବଛା ୬ ଜଣ ନୋମିନେଟ ଖେଳାଳିଙ୍କ ମଧ୍ୟରୁ ଚୋପ୍ରା ଅନ୍ୟତମ ।

1,300 ରୁ ଅଧିକ ଅଗ୍ରଣୀ କ୍ରୀଡା ସାମ୍ବାଦିକ ଏବଂ ପ୍ରସାରଣକାରୀଙ୍କ ଏକ ପ୍ୟାନେଲ୍ ଚଳିତ ବର୍ଷର ଲୌରିୟସ୍ ୱାର୍ଲ୍ଡ କ୍ରୀଡା ପୁରସ୍କାର ପାଇଁ ପ୍ରତ୍ୟେକ ୭ ଟି ବର୍ଗରେ ମନୋନୀତ ବ୍ୟକ୍ତିଙ୍କୁ ଚୟନ କରିଛି । ସର୍ବଶ୍ରେଷ୍ଠ କ୍ରୀଡ଼ା କିମ୍ବଦନ୍ତୀ ମଧ୍ୟରୁ 71 ଜଣଙ୍କୁ ନେଇ ଗଠିତ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟସ୍ ଏକାଡେମୀ, ବିଶ୍ବର ଶ୍ରେଷ୍ଠ କ୍ରୀଡ଼ା ଖଣ୍ଡପୀଠ ଦ୍ୱାରା ଏକ ଭୋଟ୍ ପରେ ଆସନ୍ତା ଏପ୍ରିଲ ମାସରେ ବିଜେତାଙ୍କ ନାମ ଘୋଷଣା ହେବ ।

ତେବେ ଟୋକିଓ ଅଲିମ୍ପିକ୍ସ-୨୦୨୧ ରେ ସ୍ବର୍ଣ୍ଣ ବିଜେତା ନୀରୋଜ ଚୋପ୍ରା ଭାରତର ଦ୍ବିତୀୟ ଖେଳାଳି ଭାବେ ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ ଏୟାର ରାଇଫଲ ଅଭିନବ ବିନ୍ଦ୍ରା 2008ରେ ଲୌରିୟସ୍ ୱାର୍ଲ୍ଡ କ୍ରୀଡା ସମ୍ମାନ ପାଇଁ ମନୋନୀତ ହୋଇଥିଲେ । ତେବେ 23 ବର୍ଷ ବୟସରେ ନିରୋଜ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ସମ୍ମାନ ଆଣିଥିଲେ । ଟୋକିଓରେ ଡେବ୍ୟୁ ସହ 87.58 ମିଟର ଜାଭଲିନ ଫିଙ୍ଗି ରେକର୍ଡ ସୃଷ୍ଟି କରିଥିଲେ ।

ନୀରୋଜଙ୍କ ସମେତ ଏହି ସମ୍ମାନ ପାଇଁ ବ୍ରିଟେନର ଏମା ରାଡୁକାନୁ, ଯିଏ କି 18 ବର୍ଷ ବୟସରେ ୟୁଏସ୍ ଓପନ୍ ଜିତିବା ପରେ ଏକ ବିଶ୍ୱସ୍ତରୀୟ ଟେନିସ୍ ସେନ୍ସେସ୍ ବନିଥିଲେ । ସେହିପରି ଟେନିସରେ ଋଷିଆର ଡାନିଏଲ ମେଡୱାଡ(୧୯), ସ୍ପେନର ଫୁଟବଲ ଖେଳାଳି ପେଡ୍ରି, ସ୍ବିମିଂ କ୍ଷେତ୍ରରେ ଅଷ୍ଟ୍ରେଲିଆର ଏରିଆନେ ଟିଟମସ୍ ଏବଂ ଭେନୁଜୁଏଲା ଆଥଲେଟିକ୍ସ ୟୁଲିମାର ରୋଜାସ୍ ମନୋନିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.