ETV Bharat / sports

୨୦୨୪ ଅଲମ୍ପିକ ଖେଳିବା ନେଇ ସୁନା ପୁଅ ନୀରଜଙ୍କ ଘୋଷଣା

author img

By

Published : Jan 11, 2023, 5:16 PM IST

୨୦୨୪ ଅଲମ୍ପିକ ଅଗଷ୍ଟ ୧ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ସୁନା ପୁଅ ନୀରଜ ଚୋପ୍ରା ୨୦୨୪ ଅଲମ୍ପିକ ଖେଳିବା ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ନୀରଜ ଚୋପ୍ରା
neeraj chopra

ହାଇଦ୍ରାବାଦ: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ହେବ ୨୦୨୪ ଅଲମ୍ପିକ୍ସ । ୨୦୨୪ ଅଲମ୍ପିକ୍‌ ଗେମ୍ସ ଅଗଷ୍ଟ ୧ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ଏଥିପାଇଁ ଏବେଠୁ ଆୟୋଜକ ପ୍ୟାରିସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ସୁନା ପୁଅ ନୀରଜ ଚୋପ୍ରା ୨୦୨୪ ଅଲମ୍ପିକ ଖେଳିବା ନେଇ ଘୋଷଣା କରିଛନ୍ତି । ୨୦୨୧ ଟୋକିଓ ଅଲମ୍ପିକରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ନୀରଜ ଚୋପ୍ରା ।

୨୦୨୪ ଅଲମ୍ପିକ ଗେମ୍ସରେ ନୀରଜଙ୍କଠାରୁ ଦେଶ ପୁଣି ଥରେ ପଦକ ଆଶା ରଖିବ । ଭାରତ ବିଶ୍ବ ଆଥଲେଟିକ୍ସ ଚମ୍ପିାଆନସିପ ୨୦୨୨ରେ କେବଳ ଗୋଟିଏ ପଦକ ଜିତି ଥିଲା । ଏହି ପଦକ ନୀରଜ ଚୋପ୍ରା ଭାରତକୁ ଭେଟି ଦେବା ସହ ଦେଶକୁ ଗୌରବାନ୍ବିତ କରିଥିଲେ । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୦ ଟୋକିଓ ଅଲମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ କରି ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଥିଲେ ।

ଗତ ବର୍ଷ ଘୋଷଣା ଅନୁସାରେ ଏକ ନୂତନ ରେପ୍‌ଚେଜ ଫର୍ମାଟ ୨୦୨୪ ଅଲମ୍ପିକରେ ଆରମ୍ଭ ହେବ । ଏହା ପୁରୁଷ ଏବଂ ମହିଳା ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର ଏବଂ ପାରା ଇଭେଣ୍ଟରେ ଲାଗୁ କରାଯିବ । ଏହା ସହିତ ଯେଉଁ ଆଥଲେଟିକ ପ୍ରଥମ ରାଉଣ୍ଡ କ୍ବାଲିଫାଏ କରିବାକୁ ଚେଷ୍ଟା କରିବାକୁ ବିଫଳ ରହିବେ ସେମାନଙ୍କୁ ରେପଚେଜ ଭାବରେ ସେମିଫାଇନାଲରେ ଅଂଶ ଗ୍ରହଣ କରିବା ପାଇଁ ଏକ ସୁଯୋଗ ଦିଆଯିବ । ୨୦୨୪ ଅଲମ୍ପିକ୍‌ରେ ପ୍ରଥମ ଥର ପାଇଁ ୩୫ କିଲୋମିଟର ଚାଲିବା ଇଭେଣ୍ଟ ଆୟୋଜନ କରାଯିବ । ୨୦୨୪ ପ୍ୟାରିସ ଅଲମ୍ପିକ ଗେମ୍ସ ପାଇଁ ଗତ ମାସ ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.