ETV Bharat / sports

ସୁବର୍ଣ୍ଣ ବିଜୟ ପରେ ଟିମ୍‌ ଇଣ୍ଡିଆକୁ ନବୀନଙ୍କ ଶୁଭେଚ୍ଛା, ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୫ ଲକ୍ଷ ପୁରସ୍କାର ଘୋଷଣା

author img

By ETV Bharat Odisha Team

Published : Oct 6, 2023, 8:11 PM IST

Updated : Oct 6, 2023, 8:21 PM IST

ଏସିଆନ୍ସ ଗେମ୍ସ ୨୦୨୩ରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ । ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ହରାଇ ଐତିହାସିକ ଗୋଲ୍ଡ ଜିତିବା ପରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦଳର ପ୍ରତ୍ୟେକ ଖେଳାଳି ଓ ସହକାରୀ ଷ୍ଟାଫ୍‌ଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଟିମ୍‌ ଇଣ୍ଡିଆକୁ ନବୀନଙ୍କ ଶୁଭେଚ୍ଛା
ଟିମ୍‌ ଇଣ୍ଡିଆକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଚୀନର ହାଙ୍ଗଝୌ ସହରରେ ଚାଲିଥିବା ଏସିଆନ୍ସ ଗେମ୍ସ ୨୦୨୩ରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ । ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ହରାଇ ଭାରତ ଜିତିଛି ସ୍ବର୍ଣ୍ଣ । ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚମ୍ପିଆନ୍‌ ଜାପାନକୁ ୫-୧ ଗୋଲରେ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ସୁବର୍ଣ୍ଣ ବିଜୟ ସହ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ହକି ଦଳର ଏହି ସ୍ବର୍ଣ୍ଣିମ ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକି ଦଳ ଏପରି ବିଜୟ ଧାରା ବଜାୟ ରଖି ଦେଶର ଗୌରବ ବଢାଇ ଚାଲନ୍ତୁ ବୋଲି ନିଜ ଏକ୍ସ (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲ୍‌ରେ ଲେଖିବା ସହ ଦଳର ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଦଳର ପ୍ରତ୍ୟେକ ଖେଳାଳି ଓ ସହକାରୀ ଷ୍ଟାଫ୍‌ଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Congratulate Indian Men's Hockey Team on winning gold medal at #AsianGames after defeating Japan by 5-1 and qualifying for Paris Olympics 2024. May they continue to scale new heights of sporting glory and bring laurels to the country. Best wishes to the team for future events.… pic.twitter.com/2YmyzsFHda

    — Naveen Patnaik (@Naveen_Odisha) October 6, 2023 " class="align-text-top noRightClick twitterSection" data=" ">

ଚଳିତବର୍ଷ ଆରମ୍ଭରେ ହକି ବିଶ୍ବକପ୍‌ ଆୟୋଜନ କରି ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା । ହକି ପ୍ରତି ଲୋକପ୍ରିୟତା ବୃଦ୍ଧି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଆଜି ଭାରତୀୟ ହକି ଦଳର ଏଭଳି ସ୍ବର୍ଣ୍ଣିମ ସଫଳତା ପରେ ଭିଡିଓ କଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ସହ କଥା ହୋଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଜେତା ଭାରତୀୟ ପୁରୁଷ ହକି ଦଳକୁ ମୋର ଅଭିନନ୍ଦନ । ସେମାନଙ୍କର ନିଷ୍ଠା ଏବଂ ପରିଶ୍ରମ ପୁଣିଥରେ ପ୍ରମାଣିତ କରିଛି ଯେ ହକି ପ୍ରକୃତରେ ଭାରତର ଖେଳ ଏବଂ ଏହା ଆମ ଦେଶର ଆତ୍ମାକୁ ପ୍ରତିପାଦିତ କରେ । ଓଡିଶାରେ ହକି ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଆମ ପ୍ରିୟ ଖେଳରେ ଆମ ଦେଶ ପାଇଁ ଏହି ଐତିହାସିକ ବିଜୟ ଆମ ସ୍ମୃତିରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବାରୁ ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଜାପାନକୁ ଓଡ଼ିଆ ପୁଅଙ୍କ ଗୋଲ୍‌, ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

ତେବେ ଆଜିର ପ୍ରଥମ କ୍ବାର୍ଟରରେ ଉଭୟ ଭାରତ ଓ ଜାପାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏଥିରେ କୌଣସି ଦଳ ଗୋଲ୍‌ କରିବାରେ ସକ୍ଷମ ହୋଇନଥିଲେ । ତେବେ ଦ୍ବିତୀୟ କ୍ବାର୍ଟରର ୨୫ ମିନିଟ୍‌ରେ ଭାରତ ପ୍ରଥମ ଗୋଲ୍‌ କରିଥିଲା । ଦଳର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ମନଦୀପ ସିଂହ ଏହି ଗୋଲ କରି ଭାରତକୁ ୧-୦ରେ ଲିଡ୍‌ ଦେଇଥିଲେ । ପରେ ତୃତୀୟ କ୍ବାର୍ଟରର ୩୨ ମିନିଟରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ଦ୍ବିତୀୟ ଗୋଲ୍ କରି ଦଳକୁ ୨-୦ ଲିଡ୍‌କୁ ନେଇଥିଲେ । ତୃତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ ଓଡ଼ିଆ ପୁଅ ଅମିତ୍ ରୋହିଦାସ ଜାପାନକୁ ତୃତୀୟ ଗୋଲ ଦେଇଥିଲେ । ସେହିଭଳି ଚତୁର୍ଥ କ୍ବାର୍ଟରରେ ହରମନପ୍ରୀତ ଓ ଅଭିଷେକ ଭାରତ ପାଇଁ ଆଉ ଦୁଇ ଗୋଲ୍ ହାସଲ କରିଥିଲେ । ଅବଶ୍ୟ ଚତୁର୍ଥ କ୍ବାର୍ଟରରେ ଜାପାନ ମଧ୍ୟ ପ୍ରଥମ ଗୋଲ୍‌ ସହ ଖାତା ଖୋଲିଥିଲା, ହେଲେ ସେତେବେଳକୁ ଭାରତ ସ୍ବର୍ଣ୍ଣ ପଦକର ଯଥେଷ୍ଟ ନିକଟତର ହୋଇସାରିଥିଲା । ଶେଷରେ ୫-୧ ଗୋଲରେ ଭାରତ ମ୍ୟାଚ୍‌ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.