ETV Bharat / sports

ଘୁଞ୍ଚିଲା ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ

ଟୋକିଓ ପାରାଅଲମ୍ପିକ୍ସ ୨୦୨୦ ପଦକ ବିଜେତାଙ୍କୁ ପୁରସ୍କୃତ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଥିବାରୁ ପ୍ରତିବର୍ଷ ଅଗଷ୍ଟ ୨୯ରେ ହେଉଥିବା ଜାତୀୟ କ୍ରୀଡା ପୁରସ୍କାର ଉତ୍ସବକୁ କିଛି ସପ୍ତାହ ଘୁଞ୍ଚାଇ ଦିଆଯାଇଛି । ଅଗଷ୍ଟ ୨୪ରୁ ଟୋକିଓ ପାରାଲମ୍ପିକ୍‌ ଆରମ୍ଭ ହେଉଥିବାବେଳେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

author img

By

Published : Aug 12, 2021, 5:24 PM IST

National Sports Awards: Looking to reward Paralympics medal winners as well, says Anurag Thakur
ଘୁଞ୍ଚିଲା ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ(National Sports Awards) ପାଳିତ ହୋଇଆସୁଛି । ମାତ୍ର ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ଅଗଷ୍ଟ ୨୯ରେ ଅନୁଷ୍ଠିତ ହେବନାହିଁ । ଟୋକିଓ ପାରାଅଲମ୍ପିକ୍ସ ୨୦୨୦ ପଦକ ବିଜେତାଙ୍କୁ ଏହି ଉତ୍ସବରେ ପୁରସ୍କୃତ କରିବାକୁ ଲକ୍ଷ୍ୟ ରହିଥିବାରୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ଉତ୍ସବକୁ କିଛି ସପ୍ତାହ ଘୁଞ୍ଚାଇ ଦିଆଯାଇଛି ।

ଅଗଷ୍ଟ ୨୪ରୁ ଟୋକିଓ ପାରାଅଲମ୍ପିକ୍ସ ଆରମ୍ଭ ହେଉଥିବାବେଳେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଜାରି ରହିବ । ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ପାରା ଆଥଲେଟ୍‌ଙ୍କୁ ପ୍ରଦର୍ଶନ ଭିତ୍ତିରେ ପୁରସ୍କୃତ କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଫଳରେ ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ । ସରକାର ପାରା ଆଥଲେଟ୍‌ଙ୍କୁ ମଧ୍ୟ ପୁରସ୍କାର ଉତ୍ସବରେ ସାମିଲ କରିବାକୁ ଚାହାଁନ୍ତି ସେଥିପାଇଁ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବକୁ କିଛି ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା କହିଛନ୍ତି, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

ଅଗଷ୍ଟ ୨୯, ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ରୂପେ ଦେଶ ପାଳନ କରିଆସୁଛି । ଏହି ଦିନରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ଖେଳ ରତ୍ନ, ଅର୍ଜୁନ ଆୱାର୍ଡ, ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କରିଛନ୍ତି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ସମାରୋହ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବା ନେଇ ମନ୍ତ୍ରଣାଳୟ ସୁତ୍ରରୁ ଜଣାପଡିଛି ।

ଦୁଇଥର ବୃଦ୍ଧି ପରେ ମନୋନୟନ ପ୍ରକିୟାର ଶେଷ ତାରିଖ ଜୁଲାଇ ୫ରେ ଶେଷ ହୋଇଛି । ମହାମାରୀକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କୁ ନିଜ ପକ୍ଷରୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ଅନୁମତି ମିଳିଥିଲା । ମାତ୍ର ଜାତୀୟ କ୍ରୀଡାସଂଘ ଗୁଡିକ ସେମାନଙ୍କର ଖେଳାଳିଙ୍କ ନାମ ମନୋନୀତ କରି କ୍ରୀଡାମନ୍ତ୍ରଣାଳୟକୁ ପଠାଇଥିଲେ । ନିକଟରେ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ଧ୍ୟାନଚାନ୍ଦ ଖେଳରତ୍ନ ରଖାଯାଇଛି । ପୂର୍ବରୁ ଏହି ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ରହିଥିଲା ।

ଅଲମ୍ପିକ ପଦକ ବିଜେତାଙ୍କୁ ସମ୍ମାନ ସମାରୋହରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ଗତବର୍ଷ Sports Awardର ପୁରସ୍କାର ରାଶି ମଧ୍ୟ ବୃଦ୍ଧି ପାଇଥିଲା । ଖେଳରତ୍ନ ପୁରସ୍କାର ବାବଦକୁ ୭.୫ ଲକ୍ଷରୁ ବୃଦ୍ଧି ପାଇଁ ୨୫ ଲକ୍ଷ କରାଯାଇଛି । ଅର୍ଜୁନ ଆୱାର୍ଡ ପାଇଁ ପୁରସ୍କାର ରାଶି ୫ ଲକ୍ଷ୍ୟରୁ ବୃଦ୍ଧି କରାଯାଇ ୧୫ ଲକ୍ଷ କରାଯାଇଛି । ସେହିପରି ଦ୍ରୋଣାଚାର୍ଯ୍ୟ(ଲାଇଫଟାଇମ) ପୁରସ୍କାର ବାବଦକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଧ୍ୟାନଚାନ୍ଦ ଆୱାର୍ଡ ପାଇଁ ମଧ୍ୟ ୫ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.