ETV Bharat / sports

ବିଳମ୍ବରେ ହେବ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ !

ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ କୋଭିଡ-19 ମହାମାରୀ ହେତୁ ଏକ କିମ୍ବା ଦୁଇ ମାସ ବିଳମ୍ବ ହେବାର ସମ୍ଭାବନା ରହିଛି । ଏନେଇ କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

author img

By

Published : Jul 30, 2020, 8:35 PM IST

national-sports-awards-likely-to-be-delayed-this-year
ବିଳମ୍ବରେ ହେବ ଚଳିତ ଥରର ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ !

ନୂଆଦିଲ୍ଲୀ: ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ କୋଭିଡ-19 ମହାମାରୀ ହେତୁ ଏକ କିମ୍ବା ଦୁଇ ମାସ ବିଳମ୍ବ ହେବାର ସମ୍ଭାବନା ରହିଛି । ଏନେଇ କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ରାଷ୍ଟ୍ରପତି ଭବନର ଗାଇଡଲାଇନ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି ।

ଜାତୀୟ କ୍ରୀଡ଼ା ପୁରସ୍କାରରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନ ଚାନ୍ଦ ପୁରସ୍କାର ସାମିଲ ରହିଛି । ଯାହା ପ୍ରତିବର୍ଷ ଅଗଷ୍ଟ 29ରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦାନ କରାଯାଇଥାଏ । କାରଣ ଏହି ଦିନ ଭାରତୀୟ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅଟେ ।

ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରୁ କୌଣସି ଗାଇଡଲାନ ଜାରି ହୋଇନାହିଁ । ଆମେ ଗାଇଡଲାଇନକୁ ଅପେକ୍ଷା କରିଛୁ । ତେଣୁ ଏହି ସମୟରେ କ’ଣ ହେବ ତାହା କହିବା ଅତ୍ୟନ୍ତ କଷ୍ଟକର ବୋଲି ମନ୍ତ୍ରଣାଳୟର ଅଧିକାରୀ ପିଟିଆଇକୁ କହିଛନ୍ତି ।

ବର୍ତ୍ତମାନ, କୋଭିଡ-19 କାରଣରୁ ସମଗ୍ର ଦେଶରେ ଜନସମାଗମକୁ ନିଷେଧ କରାଯାଇଛି । ତେଣୁ ରାଷ୍ଟ୍ରପତି ଭବନରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଉନାହିଁ | ଅତୀତରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବିଳମ୍ବରେ ଆୟୋଜନ କରାଯାଇଛି । ତେଣୁ ଯଦି ଏହା 29 ଅଗଷ୍ଟରେ ଅନୁଷ୍ଠିତ ହୋଇପାରିବ ନାହିଁ, ତେବେ ଆମେ ଏହାକୁ ଏକ କିମ୍ବା ଦୁଇ ମାସ ପରେ ଆୟୋଜନ କରିବାକୁ ଯୋଜନା କରୁଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ।

ସୂଚନାଥାଉ କି, ମହାମାରୀ ଯୋଗୁଁ ଗତ ମାସରେ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ପାଇଁ ଅନଲାଇନ୍ ଆବେଦନ ତାରିଖର ସମୟ ସୀମା ବୃଦ୍ଧି କରାଯାଇଥିଲା । ସେହିପରି ଲକଡାଉନ୍ ପାଇଁ ଉପୁଜୁଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଆଥଲେଟ୍ସମାନଙ୍କୁ ନିଜେ ନାମାଙ୍କନ କରିବାକୁ ଅନୁମତି ଦିଆଯାଇଥିଲା |

ତେଣୁ ପୁରସ୍କାର ପାଇଁ ବହୁ ସଂଖ୍ୟକ ଆବେଦନକାରୀ ସୃଷ୍ଟି ହୋଇଛନ୍ତି । କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ବିଜେତା ଚୟନ କରିବାକୁ ଏକ କମିଟି ଗଠନ କରିନାହିଁ । ତେବେ ଏହା ଜାଣିବାକୁ ମିଳିଛି ଯେ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଆବେଦନ ଗୁଡ଼ିକର ସ୍କ୍ରିନିଂ ମଧ୍ୟ ଆରମ୍ଭ କରି ନାହିଁ । ଫଳରେ ବିଳମ୍ବ ଅନିବାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.