ETV Bharat / sports

ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ: 3 ବିଜେତାଙ୍କୁ କୋରୋନା

7ଟି ବର୍ଗରେ ମୋଟ 74ଟି ପୁରସ୍କାର ରହିଛି । ସେଥିମଧ୍ୟରୁ 65ଜଣ ପୁରସ୍କାର ବିଜେତା ଦେଶର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବେ । 9ଜଣ ପୁରସ୍କାର ବିଜେତା ବିଭିନ୍ନ କାରଣରୁ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ରହିପାରିବେ ନାହିଁ ।

author img

By

Published : Aug 28, 2020, 7:36 PM IST

National Sports Awards 2020 to be held virtually for first-time on Aug 29
ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ: 3 ପୁରସ୍କାର ବିଜେତାଙ୍କୁ କୋରୋନା

ନୂଆଦିଲ୍ଲୀ: ଜାତୀୟ କ୍ରୀଡା ପୁରସ୍କାର ଇତିହାସରେ ପ୍ରଥମ ଥର ଭର୍ଚୁଆଲ ମାଧ୍ୟମରେ 2020 ବର୍ଷର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ । ଅଗଷ୍ଟ 29 ଜାତୀୟ କ୍ରୀଡା ଦିବସରେ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ମନୋନୀତ ସମସ୍ତଙ୍କୁ କ୍ରୀଡା ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ ମାଧ୍ୟମରେ ପୁରସ୍କାର ପ୍ରଦାନ କରିବେ ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି NIC ର ଲିଙ୍କ ଯୋଗେଁ ଭର୍ଚୁଆଲରେ ଯୋଗଦେବେ । ଅନ୍ୟପଟେ ପୁରସ୍କାର ବିଜେତା ଦେଶର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) କ୍ୟାମ୍ପସ ଓ NIC ସେଣ୍ଟରରେ ଉପସ୍ଥିତ ରହିବେ । ପୁରସ୍କାର ବିତରଣ ଉତ୍ସବ ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ଅନ୍ୟ ଅଧିକାରୀ ବିଜ୍ଞାନ ଭବନରେ ଉପସ୍ଥିତ ରହିବେ ।

7ଟି ବର୍ଗରେ ମୋଟ 74ଟି ପୁରସ୍କାର ରହିଛି । ସେଥିମଧ୍ୟରୁ 65ଜଣ ପୁରସ୍କାର ବିଜେତା ଦେଶର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବେ । 9ଜଣ ପୁରସ୍କାର ବିଜେତା ବିଭିନ୍ନ କାରଣରୁ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରେ କୋଭିଡ ପିଜିଟିଭ ଚିହ୍ନଟ, କ୍ବାରେଣ୍ଟିନ, ଅସୁସ୍ଥ କିମ୍ବା ବିଦେଶରେ ଥିବା ଯୋଗୁଁ ସାମିଲ ହୋଇପାରିବେ ନାହିଁ ।

ସୁରକ୍ଷା ଗାଇଡଲାଇନ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିୟମ ଅନୁଯାୟୀ, ପୁରସ୍କାର ବିତରଣ ପାଇଁ ପ୍ରସ୍ତୁତ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ପୁରସ୍କାର ବିଜେତା ଗୋଟିଏ ଥର କୋଭିଡ-ଟେଷ୍ଟ କରାଇବେ ।

ଚଳିତ ବର୍ଷ ପୁରସ୍କାର ଗ୍ରହଣ ପାଇଁ ମନୋନୀତ ହୋଇଥିବା କ୍ରୀଡାବିତଙ୍କ ମଧ୍ୟରୁ 3ଜଣ ବିଜେତା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦୂରଦର୍ଶନରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.