ETV Bharat / sports

ଜାତୀୟ କ୍ରୀଡାରେ ଓଡିଶାକୁ 3 ପଦକ, ପ୍ରଣତିଙ୍କୁ ସ୍ବର୍ଣ୍ଣ ବ୍ରୋଞ୍ଚ ଜିତିଲେ ସ୍ନେହା-ଝିଲି

author img

By ETV Bharat Odisha Team

Published : Oct 26, 2023, 4:41 PM IST

ଗୋଆର ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶାକୁ 3ଟି ପଦକ ମିଳିଛି । ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରଣତି ନାୟକ । ଅଧିକ ପଢନ୍ତୁ

National games  2023
National games

ଭୁବନେଶ୍ବର: ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଖେଳାଳି । ଗୋଟିଏ ଦିନରେ ହାତେଇଲେ 3 ପଦକ । ଗୋଆରେ ଚାଲିଥିବା ଜାତୀୟ କ୍ରୀଡାର ପ୍ରଥମ ଦିନରେ ଓଡିଶାକୁ 3ଟି ପଦକ ମିଳିଛି । 3 ପଦକ ହାତେଇଲେ 3 ଓଡିଆ ଝିଅ । ସେଥିରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ 2ଟି ବ୍ରୋଞ୍ଜ ପଦକ ରହିଛି । ପ୍ରଣତି ନାୟକ ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଭାରଉତ୍ତୋଳନରେ ଝିଲି ଦଳବେହେରା ଓ ସ୍ନେହା ସୋରେନ ବ୍ରୋଞ୍ଚ ପଦକ ଜିତିଛନ୍ତି ।

ନ୍ୟାସନାଲ ଗେମ୍ସରେ ସ୍ବର୍ଣ୍ଣ ଜିତି ଚମକିଛନ୍ତି ଓଡିଶା ଝିଅ ପ୍ରଣତି ନାୟକ । ସେ ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଚୀନରେ 19ତମ ଏସ୍ରୀୟ କ୍ରୀଡାରେ ଭାଗ ନେଇଥିଲେ ପ୍ରଣତି ମାତ୍ର ସଫଳ ହୋଇନଥିଲେ । ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ପ୍ରଥମ ଦିନରେ 3 ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ସ୍ନେହା, ପ୍ରଣତି ଓ ଝିଲି । ଏ ନେଇ 3 ଜଣଙ୍କୁ ରାଜ୍ୟ କ୍ରୀଡା ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛି ।

ଏହା ବି ପଢନ୍ତୁ...Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା

ଏହା ବି ପଢନ୍ତୁ...Asian Para Games: ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସେହିପରି ଭାରୋଉତ୍ତୋଳନରେ 2 ଓଡିଆ ଝିଅ କମାଲ କରିଛନ୍ତି । 49 କିଲୋ ଓଜନ ବର୍ଗରେ ଝିଲି ଦଳବେହେରା ଭାଗ ନେଇଥିଲେ । ସେ ମୋଟ 167 କିଲୋ ସ୍ନାଚରେ 76 ଏବଂ କ୍ଲିନ ଏଣ୍ଡ ଜାର୍କରେ 96 କିଲୋରେ ଭାରଉତ୍ତୋଳନ କରିଥିଲେ । ଛତିଶଗଡର ଜ୍ଞାନେଶ୍ବରୀ ଯାଦବ (177 କିଲୋ) ସ୍ବର୍ଣ୍ଣ ଓ ହରାୟାଣାର ପ୍ରୀତି (174) ରେ ରୋପ୍ୟ ପଦକ ଜିତିଛନ୍ତି । ଝିଲି ଦଳବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସେହିପରି ସ୍ନେହା ସୋରେନ 55 କିଲୋ ବର୍ଗରେ ମୋଟ 186 କିଲୋ (ସ୍ନାଚରେ 80 ଏବଂ କ୍ଲିନ ଏଣ୍ଡ ଜାର୍କରେ 106 କିଲୋ ) ଭାର ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ପୁରୁଷ ରଗବୀ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । କେରଳ ଦଳକୁ 15-12ରେ ପରାସ୍ତ କରିଥିଲା । ସେହିପରି ମହିଳା ଦଳ 52-0ରେ ଆୟୋଜକ ଗୋଆକୁ ହରାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.