ନ୍ୟୁୟର୍କ: କ୍ରୀଡା ଜଗତରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ବେସବଲ ଦୁନିଆରୁ ଆସିଛି ଚିନ୍ତାଜନକ ଖବର । 31 ବେସବଲ ଖେଳାଳି ଓ 7ଜଣ କର୍ମଚାରୀଙ୍କ କୋଭିଡ-19 ସଂକ୍ରମଣର ଶିକାର ହୋଇଛନ୍ତି । ଏନେଇ ମେଜର ଲିଗ ବେସବଲ ପକ୍ଷରୁ ଏକ ଘୋଷଣାନାମାରେ ସୂଚନା ଦିଆଯାଇଛି ।
ଜୁଲାଇ 23ରେ ବେସବଲ ସିଜିନ ଆରମ୍ଭ ନେଇ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ 12ରୁ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ବେସବଲ ସ୍ଥଗିତ ରହିଥିଲା । ତେବେ ଟ୍ରେନିଂ କ୍ୟାମ୍ପକୁ ଫେରିବା ପୂର୍ବରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋଭିଡ-19 ଟେଷ୍ଟ କରାଯାଉଛି ।
ମୋଟ 30ଟି ଟିମ ମଧ୍ୟରୁ ଏଯାବତ 19ଟି ଟିମର ସଦସ୍ୟଙ୍କ ଟେଷ୍ଟ ଶେଷ ହୋଇଛି । ପ୍ରାୟ 3,185 ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ