ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ମାସକ ପାଇଁ ଟ୍ରେନିଂ ନେବେ । ମିଶନ ଅଲମ୍ପିକ ପ୍ରକୋଷ୍ଠର ବୈଠକରେ ପୁନିଆଙ୍କୁ ଏହି ଅନୁମତି ମିଳିଛି ।
-
थैंक यू सर आप ऐसे ही सभी खिलाड़ियों को सहयोग करते रहे हम खूब मेहनत करेंगे । ताकि देश के लिए बहुत सारे मेडल जीत कर आए ।🙏🏽 https://t.co/1E3pJ08iea
— Bajrang Punia 🇮🇳 (@BajrangPunia) November 28, 2020 " class="align-text-top noRightClick twitterSection" data="
">थैंक यू सर आप ऐसे ही सभी खिलाड़ियों को सहयोग करते रहे हम खूब मेहनत करेंगे । ताकि देश के लिए बहुत सारे मेडल जीत कर आए ।🙏🏽 https://t.co/1E3pJ08iea
— Bajrang Punia 🇮🇳 (@BajrangPunia) November 28, 2020थैंक यू सर आप ऐसे ही सभी खिलाड़ियों को सहयोग करते रहे हम खूब मेहनत करेंगे । ताकि देश के लिए बहुत सारे मेडल जीत कर आए ।🙏🏽 https://t.co/1E3pJ08iea
— Bajrang Punia 🇮🇳 (@BajrangPunia) November 28, 2020
ଆଗାମୀ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ବଜରଙ୍ଗ । ତେବେ କୋରୋନା କାରଣରୁ ବଜରଙ୍ଗଙ୍କ ଅଭ୍ୟାସରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ସେ ସୋନିପତ ସାଇ ସେଣ୍ଟରରେ ଅଭ୍ୟାସ ଜାରି ରଖିଛନ୍ତି ।
ସୂଚନାଥାଉକି, ସେ ତାଙ୍କ କୋଚ ଏମଜାରିୟୋସ ଓ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ । ତେବେ ମୁଖ୍ୟକୋଚ ସର୍ଜେଇ ବେଲୋଗ୍ଲାଜଓ୍ବଙ୍କ ମାର୍ଗଦର୍ଶନରେ ଶୀର୍ଷ କୁସ୍ତିଯୋଦ୍ଧାଙ୍କ ସହ ଟ୍ରେନିଂ କରିବାକୁ ସୁଯୋଗ ମିଳିବ ।
ତେବେ ଏହି ଟ୍ରେନିଂର ଅନୁମତି ମିଳିବାପରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ବଜରଙ୍ଗ । ସେ କହିଛନ୍ତି ଯେ, ଧନ୍ୟବାଦ ସାର୍ । ଆପଣ ଏପରି ସମସ୍ତ ଖେଳାଳିଙ୍କୁ ସହଯୋଗ କରନ୍ତୁ ଓ ଆମେ ବହୁତ ପରିଶ୍ରମ କରିବୁ ଓ ଦେଶ ପାଇଁ ଅନେକ ପଦକ ଜିଣିବୁ ।