ହାଇଦ୍ରାବାଦ: ଭାରତର ପ୍ରଦୀପ ସିଂ ଶୁକ୍ରବାର ଏସିଆନ୍ ଭାର ଉତ୍ତୋଳନ ଚାମ୍ପିୟାନସିପ୍ରେ 102କେ.ଜି ବର୍ଗରେ କ୍ଲିନ୍ ଓ ଜର୍କ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି । ପ୍ରଦୀପ କ୍ଲିନ୍ ଓ ଜର୍କ ପ୍ରତିଯୋଗିତାରେ 201କେ.ଜି ଓଜନ ଉଠେଇଥିଲେ । ସେ ମୋଟ୍ 351ଓଜନ ଉଠାଇ 6ଷ୍ଠ ସ୍ଥାନରେ ରହିଥିଲେ ।
ସେହିପରି ପୂର୍ବ ବିଶ୍ବ ଚାମ୍ପିୟାନ ମୀରାବାଇ ଚାନୁ(49 କେ.ଜି) 113 କେ.ଜିରେ କ୍ଲିନ୍ ଓ ଜର୍କ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ।