ହାଇଦ୍ରାବାଦ: "ସେ ବିନା କୌଣସି ଅନୁମତିରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଫିସକୁ ଚାଲିଯାଉଥିଲେ," ଲେଖକ ବିଜୟ ଲୋକପଲ୍ଲୀ ମିଲଖା ସିଂହଙ୍କୁ ମନେପକାଇ ଇଟିଭି ଭାରତକୁ ଏହା କହିଛନ୍ତି । ସେ କହିଛନ୍ତି, "ମିଲଖା ସିଂହ ବାସ୍ତବିକ ଜଣେ କିମ୍ବଦନ୍ତୀ ଥିଲେ । ସେ ବିନା କୌଣସି ଅନୁମତି ପତ୍ରରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଫିସ ଚାଲିଯାଉଥିଲେ । କେତେ ଚମତ୍କାର ବ୍ୟକ୍ତିତ୍ବ ଥିଲେ ସତେ । ଭାରତ ପାଇଁ ସେ କୌଣସି ଖଣିଠାରୁ କମ ନଥିଲେ । 1960 ଅଲମ୍ପିକରେ ଦୌଡିବା ସହ ମିଲଖା ଭାରତକୁ ବିଶ୍ବ ଆଥଲେଟିକ୍ସର ମାନଚିତ୍ରରେ ଏକ ମହତ୍ତପୂର୍ଣ୍ଣ ପରିଚୟ ପ୍ରଦାନ କରିଥିଲେ ।
18 ଜୁନ 2021ରୁ ଗୋଟିଏ ମାସ କୋରୋନା ସହ ଲଢେଇ କରିବା ପରେ ଭାରତର ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କ 91 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହାପରେ ପୁରାଦେଶରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ଦେଶର ଜନତାଙ୍କ ପର୍ଯ୍ୟନ୍ତ ଫ୍ଲାଇଂ ଶିଖ୍ଙ୍କୁ ସମସ୍ତେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଲେଖକ ବିଜୟ ଲୋକପଲ୍ଲୀ, ମିଲଖା ସିଂହଙ୍କୁ ସ୍ମୃତିରେ କହିଛନ୍ତି," ତାଙ୍କ ସହ ବାର୍ତ୍ତାଳାପ କରିବାର ସୌଭାଗ୍ୟ ମିଳିଲେ ଜୀବନବ୍ୟାପୀ ଶିକ୍ଷା ମିଳିଯାଉଥିଲା ଓ ତାଙ୍କର ସରଳ ଜୀବନ ଜିଇଁବାର ତରିକା ବେଶ ପସନ୍ଦ ଥିଲା । ମିଲଖା ଜଣେ ଖେଳାଳି ରୂପରେ ନିଜର ଅଦଭୁତ ଯାତ୍ରା ମାଧ୍ୟମରେ ଯୁବକଙ୍କ ପାଇଁ ଏକ ପ୍ରତିମାନ ସ୍ଥାପିତ କରିଛନ୍ତି । ସେ ଖେଳ ସହିତ ନିଜର ପ୍ରତି ଭଲପାଇବାକୁ ବଳବତ୍ତର ରଖିଥିଲେ । ମିଲଖାଙ୍କ ଅଦଭୁତ କାହାଣୀ କୁହାଯିବା ସମୟରେ ସର୍ବଦା ତାଙ୍କୁ ସ୍ମରଣ କରାଯିବ । ଏକମାତ୍ର ଫ୍ଲାଇଂ ଶିଖ୍ଙ୍କ ଆତ୍ମାକୁ ଶାନ୍ତି ମିଳୁ ।"
ମିଲଖା ସିଂହଙ୍କୁ ସ୍ମରଣ କରି ପୂର୍ବତନ ଭାରତୀୟ କ୍ରିକେଟର ଲାଲା ସିଂହ ରାଜପୁତ କହିଛନ୍ତି,"ତାଙ୍କର ପରିବାର ପ୍ରତି ମୋର ସମବେଦନା, ସେ ଭାରତକୁ ବିଶ୍ବ ମାନଚିତ୍ରରେ ପରିଚୟ ଦେଇଥିବା ଅନ୍ୟତମ କିମ୍ବଦନ୍ତୀ ଥିଲେ । ଏହା ଖେଳ ଜଗତ ପାଇଁ ବହୁତ ବଡ କ୍ଷତି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।"
ମିଲଖା ସିଂହଙ୍କ ବିଷୟରେ ବ୍ୟାଡମିଣ୍ଟନ କୋଚ୍ ବିମଲ କୁମାର ଇଟିଭି ଭାରତକୁ କହିଛନ୍ତି, "ଜଣେ ସଚ୍ଚା କିମ୍ବଦନ୍ତୀ..ବିଶ୍ବସ୍ତରରେ ନାମ କମାଇବା ସହ ଅନେକ ବାର ଭାରତକୁ ଗର୍ବିତ କରିଛନ୍ତି । ମୁଁ ତାଙ୍କ ସହ 80 ଦଶକରେ ପଟିଆଲା ଜାତୀୟ ଶିବିର ସମୟରେ ଅନେକବାର ଭେଟିଛି । ଜଣେ ମହାନ ମଣିଷ ଥିଲେ ।"
ଭାରତୀୟ ମହିଳା ହକି ଟିମ୍ର କ୍ୟାପଟେନ ରାନୀ ରାମପାଲ କହିଛନ୍ତି, "ଭାରତୀୟ ଖେଳ ପାଇଁ ଏକ ବଡ କ୍ଷତି । ସେ ଜଣେ କିମ୍ବଦନ୍ତୀ ଥିଲେ ଓ ସର୍ବଦା ରହିବେ । ଦେଶ ପାଇଁ ସେ ଯାହାକିଛି ହାସଲ କରିଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ