ETV Bharat / sports

କଂଗ୍ରେସ ସାଂସଦଙ୍କ ଅଜବ ଯୁକ୍ତି, କହିଲେ ଆସାମରେ ଜନ୍ମ ହୋଇଥିଲେ ମେସି

author img

By

Published : Dec 19, 2022, 9:45 PM IST

ଆସାମ ସାଂସଦ ଅବଦୁଲ ଖାଲିକଙ୍କ ଅଜବ ଯୁକ୍ତି । ସେ କହିଛନ୍ତି ଲିଓନେଲ ମେସି ଆସାମରେ ଜନ୍ମ ଗ୍ରହଣ କରିଥିଲେ ।

କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି
କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି

ହାଇଦ୍ରାବାଦ: ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ଜନ୍ମସ୍ଥାନ ହେଉଛି ଆସାମ ! ଏକଥା ଆମେ କହୁନୁ । ଏକଥା କହିଛନ୍ତି ଆସାମର ଜଣେ ସାଂସଦ । ଆସାମ କଂଗ୍ରେସ ସାଂସଦଙ୍କ ଅବଦୁଲ ଖାଲିକ ଅଜବ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ଆସାମରେ ଜନ୍ମ ଗ୍ରହଣ କରିଥିଲେ ।

ଫିଫା ବିଶ୍ବକପ ୨୦୨୨ରେ ବିଶ୍ବ ବିଜୟୀ ହୋଇଛି ଲୋକପ୍ରିୟ ଖେଳାଳି ମେସିଙ୍କ ଦଳ ଆର୍ଜେଣ୍ଟିନା । ମେସିଙ୍କ ଅଧିନାୟକତ୍ବରେ ଆର୍ଜେଣ୍ଟିନା ଦୀର୍ଘ ୩୬ ବର୍ଷ ପରେ ବିଶ୍ବକପ ଟ୍ରଫିର ସ୍ବାଦ ଚାଖିଛି । ଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ଫଳରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା ।

ଆର୍ଜେଣ୍ଟିନା ବିଶ୍ବ ଚମ୍ପିଆନ ହେବା ପରେ ଦଳକୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ କିମ୍ବଦନ୍ତୀ ଫୁଟବଲର ମେସିଙ୍କ ପ୍ରଶଂସକ ପୃଥିବୀର ସବୁ ଦେଶରେ ରହିଛନ୍ତି । ମେସି ତାଙ୍କ ମ୍ୟାଜିକ୍ ବଳରେ ସମସ୍ତଙ୍କ ହୃଦୟ ଜିଣି ଛନ୍ତି । ଫିଫା ବିଶ୍ବକପ ଫାଇନାଲ ମ୍ୟାଚରେ ଲିଓନେଲ ମେସି ପ୍ରଥମ ଗୋଲ ଦେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରି ଦେଇଥିଲେ । ଏହା ସହିତ ଦଳ ହିଁ ଏବର୍ଷର ବିଶ୍ବକପ ଟାଇଟଲ ହାତେଇବ ବୋଲି ଆଭାସ ଦେଇଥିଲେ । ୧୨୦ ମିନିଟର ସଂଘର୍ଷ ପରେ ଆର୍ଜେଣ୍ଟିନା ହୋଇଥିଲା ବିଶ୍ବ ବିଜେତା । ଲୁସେଲ ଗ୍ରାଉଣ୍ଡ ମେସି ମେସି ନାମରେ କମ୍ପିବାରେ ଲାଗିଥିଲା । ସବୁ ଦିଗରୁ, ବିଭିନ୍ନ ଦେଶରୁ ମେସିଙ୍କ ନିକଟକୁ ଛୁଟିବାରେ ଲାଗିଥିଲା ଶୁଭେଚ୍ଛାର ସୁଅ ।

ସେପଟେ ଆର୍ଜେଣ୍ଟିନା ବିଶ୍ବ ଚମ୍ପିଆନ ହେବା ପରେ ମେସିଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଥିଲେ ଆସାମ ସାଂସଦ ଅବଦୁଲ ଖାଲିକ୍ । ସେ ଟ୍ବିଟରରେ ପୋଷ୍ଟ କରିଥିଲେ "କୋଟି କୋଟି ଜନତାଙ୍କ ହୃଦୟରୁ ଶୁଭେଚ୍ଛା ଜଣାଉଛି । ଆମେ ଗର୍ବିତ ଯେ ଆପଣଙ୍କର ଆସାମ ସହିତ ସଂଯୋଗ ରହିଛି ।"

ସାଂସଦଙ୍କ ଏହି ଟ୍ବିଟର ଜବାବ ଦେଇ ଜଣେ ୟୁଜର୍ସ ପଚାରିଥିଲେ "ମେସିଙ୍କ ସହିତ ଆସାମର କଣ ସଂଯୋଗ ରହିଛି ।" ଏହି ଟ୍ବିଟର ଜବାବ ଦେଇ ସାଂସଦ ଲେଖିଥିଲେ "ହଁ, ମେସି ଆସାମରେ ଜନ୍ମ ଗ୍ରହଣ କରିଥିଲେ ।"

ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି । 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଛି । ଏହା ସହିତ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ପେନାଲ୍ଟି ସୁଟ ଆଉଟରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.