ETV Bharat / sports

କୋରୋନା ଭାଇରସ: ଦେଶର ସ୍ବାସ୍ଥ୍ୟକର୍ମୀଙ୍କୁ ମେରୀ କମଙ୍କ ପ୍ରଂଶସା - nation fights coronavirus

କୋରୋନା ଲଢେଇରେ ପ୍ରତ୍ୟେକ୍ଷ ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ । ସେଥିପାଇଁ ମହାନ ଭାରତୀୟ ମହିଳା ବକ୍ସର ମେରୀ କମ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସାଲ୍ୟୁଟ ଜଣାଇଛନ୍ତି ।

Mary Kom lauds India's frontline workers as nation fights coronavirus
କୋରୋନା ଭାଇରସ: ଦେଶର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମେରୀ କମଙ୍କ ପ୍ରଂଶସା
author img

By

Published : Apr 28, 2020, 11:02 AM IST

ନୂଆଦିଲ୍ଲୀ: କୋରୋନା ଲଢେଇରେ ପ୍ରତ୍ୟେକ୍ଷ ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ନିଜ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ, ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଏମାନେ । ଦେଶର ଲୋକଙ୍କ ଜୀବନକୁ ବଞ୍ଚାଇବାରେ ନିଷ୍ଠାର ସହ ଲାଗିପଡିଛନ୍ତି । ସେଥିପାଇଁ ମହାନ ଭାରତୀୟ ମହିଳା ବକ୍ସର ମେରୀ କମ ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାଲ୍ୟୁଟ ଜଣାଇଛନ୍ତି ।

ମେରୀ କମ କହିଛନ୍ତି, ଆପଣ ଯଦି ନିଜ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି ତେବେ, ଏହା ଆପଣଙ୍କର କ୍ଷତି । ସରକାର ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ମେଡିକାଲ ଷ୍ଟାାଫ, ଡାକ୍ତର, ପୋଲିସ ଓ ଅନ୍ୟସମସ୍ତ ଜରୁରୀ ସେବାପ୍ରଦାନକାରୀ ନିଜ ଜୀବନକୁ ବାଜିରେ ଲଗାଇ ସମସ୍ତଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ।

ସେମାନେ ଦେଶ ପାଇଁ ଓ ଆମ ପାଇଁ କାର୍ଯ୍ୟ କରୁଛନ୍ତି । ଏପରି କଠିନ ସମୟରେ ସେମାନଙ୍କୁ ଯେତେ ବି ଧନ୍ୟବାଦ ଜଣାଇଲେ କମ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.