ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛନ୍ତି ଭାରତର ଷ୍ଟାର ବକ୍ସର ମେରୀ କମ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ମାସକର ରାଜ୍ୟସଭା ଦରମା 1ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମେରୀ କମ ।
ମଣୀପୁରର ମେରୀ କମ କମନୱେଲ୍ଥ ଓ ଏସିଆନ ଗେମ୍ସ ଚମ୍ପିଆନ ରହିଛନ୍ତି । ଏଥିସହିତ ବର୍ଷ 2016ରୁ ରାଜ୍ୟସଭା ସାଂସଦ ଅଛନ୍ତି ।
କୋରୋନା ଭାଇରସରେ ବିଶ୍ବରେ ପ୍ରାୟ 34,000 ମୃତ୍ୟୁ ହୋଇସାରିଥିବା ବେଳେ, 7,00000 ଲୋକେ ସଂକ୍ରମିତ ହୋଇଛନ୍ତି । ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 1000 ଟପିସାରିଛି । ସେଥିମଧ୍ୟରୁ 29 ଜଣଙ୍କର ମୃତ୍ୟୁ ଘଟିଛି ।