ETV Bharat / sports

ଦିଲ୍ଲୀରେ ଅଭ୍ୟାସ ଆରମ୍ଭ କରିବେ ସୁଟର ମନୁ ଭାକର

କୋରୋନା ଭାଇରସ ଲକଡାଉନ କାରଣରୁ ହରିୟାଣା ସ୍ଥିତ ଗୋରିଆ ଗାଁର ନିଜ ଘରେ ଅଭ୍ୟାସ ଜାରି ରଖିଥିଲେ ମନୁ । ମାତ୍ର ସେ ଅଭ୍ୟାସ ପାଇଁ ଦିଲ୍ଲୀ ଯାତ୍ରା କରୁଥିବା କହିଛନ୍ତି ।

Manu Bhaker to shift base to Karni Singh Range
ଦିଲ୍ଲୀରେ ଅଭ୍ୟାସ ଆରମ୍ଭ କରିବେ ସୁଟର ମନୁ ଭାକର
author img

By

Published : Jul 13, 2020, 5:12 PM IST

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ସୁଟର ମନୁଭାକର ନିଜର ଟ୍ରେନିଂ ସ୍ଥାନ ପରିବର୍ତ୍ତନ କରିବା ନେଇ ସୂଚନା ଦେଇଛନ୍ତି । କୋରୋନା ଭାଇରସ ଲକଡାଉନ କାରଣରୁ ହରିୟାଣା ସ୍ଥିତ ଗୋରିଆ ଗାଁର ନିଜ ଘରେ ଅଭ୍ୟାସ ଜାରି ରଖିଥିଲେ ମନୁ । ମାତ୍ର ସେ ଅଭ୍ୟାସ ପାଇଁ ଦିଲ୍ଲୀ ଯାତ୍ରା କରୁଥିବା କହିଛନ୍ତି ।

10 ମିଟର ଏୟାର ପିସ୍ତଲ ସୁଟିଂ ଅଭ୍ୟାସ ପାଇଁ ନିଜ ଘରେ ବ୍ୟବସ୍ଥା କରିଥିଲେ । ସେଠାରେ ପ୍ରାୟ 4ମାସ ଧରି ଅଭ୍ୟାସ କରୁଥିଲେ । ମାତ୍ର 25 ମିଟର ପିସ୍ତଲ ଇଭେଣ୍ଟର ଅଭ୍ୟାସ ସମ୍ଭବ ହେଉନଥିଲା । ସେଥିପାଇଁ ଆଗାମୀ ଦୁଇ ତିନିଦିନ ମଧ୍ୟରେ ଦିଲ୍ଲୀରେ ଅଭ୍ୟାସ ଆରମ୍ଭ କରିବେ ବୋଲି ସେ ମନୁ କହିଛନ୍ତି ।

ଗତ ସପ୍ତାହରେ ଦିଲ୍ଲୀରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଡ. କରଣି ସିଂହ ସୁଟିଂ ରେଞ୍ଜ୍ ରେ ଅଭ୍ୟାସ ପାଇଁ ଖୋଲାଯାଇଛି । ଆଗାମୀ ସୂଚୀ ନିର୍ଧାରଣ ପାଇଁ ନ୍ୟାସନାଲ ରାଇଫଲ ଆସୋସିଏସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ, ଜୁଲାଇ 15ରେ ଅନୁଷ୍ଠିତ ହେବ । ଏହି ବୈଠକରେ ଅଭ୍ୟାସ ଆରମ୍ଭ ନେଇ ଅଧିକ ଚର୍ଚ୍ଚା ହେବାନେଇ ସମ୍ଭାବନା ରହିଛି । ସଟଗନ ସୁଟର ସିରାଜ ସୈଖ ପ୍ରଥମ କରି ଦିଲ୍ଲୀରେ ଟ୍ରେନି ପାଇଁ ପହଞ୍ଚିଥିଲେ । ଏହାପରେ ସୁଟର ମୈରାଜ ଅହମ୍ମଦ ଖାନ, ରାଇଫଲ ସୁଟର ଦିବ୍ୟାଂଶ ସିଂ ପନୱାର ଓ ଦୀପକ କୁମାର ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.