ETV Bharat / sports

ପ୍ରଥମ ଭାରତୀୟ ଭାବେ UEFA ଚମ୍ପିଆନ୍ସ ଲିଗ ଖେଳିବେ ମନିଷା

author img

By

Published : Aug 20, 2022, 10:37 AM IST

ମନିଷା କଲ୍ୟାଣ UEFA ମହିଳା ଚମ୍ପିଆନ୍ସ ଲିଗରେ ପ୍ରଥମ ଭାରତୀୟ ଭାବେ ଖେଳିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ପ୍ରଥମେ ଭାରତୀୟ ଭାବେ UEFA ଚମ୍ପିଆନ୍ସ ଲିଗ ଖେଳିବେ ମନିଷା

ହାଇଦ୍ରାବାଦ: ଯୁବ ତାରକା ମନିଷା କଲ୍ୟାଣ ୟୁଇଏଫଏ (UEFA Women's Championship) ମହିଳା ଚମ୍ପିଆନ୍ସ ଲିଗରେ ପ୍ରଥମ ଭାରତୀୟ ଭାବେ ଖେଳିବାକୁ ଯାଉଛନ୍ତି । ଯେତେବେଳେ ସେ ଏଙ୍ଗାମି, ସାଇପ୍ରେସରେ ୟୁରୋପୀୟ କ୍ଲବ ପ୍ରତିଯୋଗିତାରେ ଅପଲୋନ ମହିଳା ଏଫସି ପାଇଁ ଖେଳୁଥିଲେ । ସେତେବେଳେ ମନିଷା କଲ୍ୟାଣ ମକାରିୟୋ ଷ୍ଟାଡିୟମରେ ୬୦ ମିନିଟରେ ସାଇପ୍ରେସ କ୍ଲବର ମାରିଲେନା ଜୋର୍ଜିୟୋଙ୍କ ବଦଳରେ ନିଜ ସ୍ଥାନ ପକ୍କା କରିଥିଲେ । ଅପଲୋନ ମହିଳା ଏଫସି ଗୁରୁବାର ଦିନ ୟୁଡବ୍ଲୁସିଏଲ ଓପନରରେ ଲାତାବିୟାଇ ଶୀର୍ଷ ଫ୍ଲାଇଟ କ୍ଲବ ଏସଏଫକେ ରିଗାକୁ ୩-୦ ଗୋଲରେ ହରାଇଥିଲା ।

ଏହି ୨୦ ବର୍ଷିୟ ଫୁଟବଲ ତାରକା ମନିଷା କଲ୍ୟାଣ ଯୁରୋପ ଭଳି ବିଦେଶୀ କ୍ଲବ ତରଫରୁ ଖେଳିଥିବା ଚତୁର୍ଥ ଭାରତୀୟ ଫୁଟବଲର ଭାବେ ବିବେଚିତ ହୋଇଛନ୍ତି । ମନିଷା କଲ୍ୟାଣ ଭାରତୀୟ ମହିଳା ଫୁଟବଲ ଲିଗ (Indian Women's League) ଏବଂ ଗୋକୁଳମ କେରଳ ଖେଳି ନିଜର ପ୍ରଭାବଶାଳୀ ପ୍ରତିଭା ଦେଖାଇଥିଲେ । ସେ ୨୦୨୧-୨୨ ମସିହାରେ ଏଆଇଏଫଏଫ ୱମେନ ଫୁଟବଲର ଅଫ ଦି ଇୟର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ଗୋକୁଳମ କେରଳର ଅନ୍ୟତମ ଖେଳାଳି ଯିଏ ବିଦେଶୀ କ୍ଲବ ତରଫରୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.