ETV Bharat / sports

ମାଲେସିଆ ଓପନ: ପ୍ରଥମ ରାଉଣ୍ଡରୁ ସମୀର ବର୍ମା ବିଦା

ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ଭାରତୀୟ ଶଟଲର ସମୀର ବର୍ମା ବିଦାୟ ନେଇଛନ୍ତି ।

author img

By

Published : Apr 2, 2019, 11:20 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ହାଇଦ୍ରାବାଦ: ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ଭାରତୀୟ ଶଟଲର ସମୀର ବର୍ମା ବିଦାୟ ନେଇଛନ୍ତି । ୭୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ମାଲେସିଆରେ ଖେଳାଯାଉଛି।

ଏହି ୨୪ ବର୍ଷୀୟ ମଧ୍ୟପ୍ରଦେଶର ଖେଳାଳି ପ୍ରଥମ ରାଉଣ୍ଡରେ ବିଶ୍ୱର ଦୁଇ ନମ୍ବର ଚୀନ ଖେଳାଳି ଶି ୟୁକିଙ୍କଠାରୁ ୨୦-୨୨, ୨୩-୨୧, ୧୨-୨୧ ଗେମରେ ପରାସ୍ତ ହୋଇଛନ୍ତି । ସମୀର ଗତବର୍ଷ ଡିସେମ୍ବରରେ ଆୟୋଜିତ ୱାର୍ଲ୍ଡ ଟୁର୍ ସେମିଫାଇନାଲରେ ଶି ୟୁକିଙ୍କ ଠାରୁ ହାରିଥିଲେ ।

ତେବେ ୬୫ ମିନିଟ ଧରି ଚାଲିଥିବା ପୁରୁଷ ସିଙ୍ଗିଲ୍ସ ବର୍ଗର ଏହି ମ୍ୟାଚରେ ପ୍ରଥମ ଗେମରେ ସମୀର ୨୦-୨୨ରେ ହାରିଯାଇଥିଲେ । ମାତ୍ର ଦ୍ବିତୀୟ ଗେମରେ ସମୀର ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩-୨୧ରେ 2ୟ ସେଟକୁ ଜିତି ନେଇଥିଲେ । କିନ୍ତୁ ତୃତୀୟ ଗେମରେ ସମୀର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଶି ୟୁକି ୯-୦ରେ ଆଗୁଆ ଥିଲେ । ଏହା ପରେ ଭାରତୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିନପାରି ଗେମରେ ୧୨-୧୨ରେ ପରାସ୍ତ ହୋଇଥିଲେ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.