ନୂଆଦିଲ୍ଲୀ: ଏକମାତ୍ର ଭାରତୀୟ ମହିଳା ସନ୍ତରଣକାରୀ ଭାବେ ଗୁଜୁରାଟର ଝିଅ ମାନା ପଟେଲ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ବିଶ୍ବବିଦ୍ୟାଳୟ କୋଟା ଆଧାରରେ ଅଲମ୍ପିକ ଟିକେଟ ହାସଲ କରିଛନ୍ତି । ଏନେଇ ଶୁକ୍ରବାର, ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ(SAI) ସ୍ପଷ୍ଟ କରିବା ସହ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।
-
Many congratulations to backstroke swimmer Maana Patel 🏊♀️ who becomes the 1st female and 3rd Indian swimmer to qualify for #TokyoOlympics
— SAIMedia (@Media_SAI) July 2, 2021 " class="align-text-top noRightClick twitterSection" data="
Patel qualified through universality quota.#Cheer4India pic.twitter.com/QJYMIbtBe2
">Many congratulations to backstroke swimmer Maana Patel 🏊♀️ who becomes the 1st female and 3rd Indian swimmer to qualify for #TokyoOlympics
— SAIMedia (@Media_SAI) July 2, 2021
Patel qualified through universality quota.#Cheer4India pic.twitter.com/QJYMIbtBe2Many congratulations to backstroke swimmer Maana Patel 🏊♀️ who becomes the 1st female and 3rd Indian swimmer to qualify for #TokyoOlympics
— SAIMedia (@Media_SAI) July 2, 2021
Patel qualified through universality quota.#Cheer4India pic.twitter.com/QJYMIbtBe2
ଶ୍ରୀହରି ନଟରାଜ ଓ ସାଜନ ପ୍ରକାଶ ପୂର୍ବରୁ ଟୋକିଓ 2020 ଅଲମ୍ପିକ ଖେଳ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଫଳରେ ତୃତୀୟ ଭାରତୀୟ ସନ୍ତରଣକାରୀ ଭାବେ ମାନା ଟୋକିଓ ଅଲମ୍ପିକ୍ସରେ ନଜର ଆସିବେ ।
ଗତ ସପ୍ତାହରେ ସାଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ସେଟି କୋଲି ଟ୍ରଫିରେ ପୁରୁଷ 200 ମିଟର ବଟରଫ୍ଲାଏ ଇଭେଣ୍ଟରେ 1:56:38 ସମୟରେ ଶେଷ କରି ଅଲମ୍ପିକ ଟିକେଟ ହାତେଇଥିଲେ । ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ 1:56:48 ରହିଥିଲା । ସେହିପରି ଶ୍ରୀହରି ନଟରାଜ ଦ୍ବିତୀୟ ଭାରତୀୟ ଭାବେ 100 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ରୋମରେ ହୋଇଥିବା ସେଟିକୋଲି ସୁଇମ ମିଟ୍ରେ 53.77 ସେକେଣ୍ଡରେ ପହଞ୍ଚି ଟୋକିଓ ଟିକେଟ ହାସଲ କରିଥିଲେ । 53.85 ସେକେଣ୍ଡ 100 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ