ETV Bharat / sports

ଲଭଲିନାଙ୍କ ପ୍ରଶିକ୍ଷକଙ୍କୁ ଔପଚାରିକ ଭାବରେ ମାନ୍ୟତା ପ୍ରାପ୍ତ

author img

By

Published : Jul 26, 2022, 10:32 PM IST

ଶେଷରେ ଟୋକିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ମାନ୍ୟତା ପ୍ରାପ୍ତ କରାଯାଇଛି । ଅଧିକ ପଢନ୍ତୁ

ଲଭଲିନାଙ୍କ ପ୍ରଶିକ୍ଷକଙ୍କୁ ଔପଚାରିକ ଭାବରେ ମାନ୍ୟତା ପ୍ରାପ୍ତ
ଲଭଲିନାଙ୍କ ପ୍ରଶିକ୍ଷକଙ୍କୁ ଔପଚାରିକ ଭାବରେ ମାନ୍ୟତା ପ୍ରାପ୍ତ

ହାଇଦ୍ରାବାଦ: କଥା ଦେଇ କଥା ରଖିଲେ ବିଏଫଆଇ(Boxing Federation of India) ଏବଂ ଆଇଓଏ । ଶେଷରେ ଟୋକିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ମାନ୍ୟତା ପ୍ରାପ୍ତ କରାଯାଇଛି । କମନ ୱେଲଥ ଗେମ ପାଇଁ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ଆଜି ଔପଚାରିକ ଭାବରେ ମାନ୍ୟତା ପ୍ରାପ୍ତ ହୋଇଛି । ଏନେଇ ଆଇଓଏ (Indian Olympic Association) ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଆଗରୁ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ କମନ ୱେଲଥ ଗେମ ଭିଲେଜ ଭିତରକୁ ପ୍ରବେଶ ପାଇଁ ଔପଚାରିକ ଭାବରେ ମାନ୍ୟତା ପ୍ରାପ୍ତ କରାଯାଇନଥିଲା ।

ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ପ୍ରଶିକ୍ଷକ ଭାବରେ ଲଭଲିନା ବୋରଗୋହେନଙ୍କୁ ଟୋକିଓ ଅଲମ୍ପିକ ବକ୍ସିଂରେ ପଦକ ହାସଲ କରିବାରେ ବହୁତ ସହଯୋଗ କରିଥିଲେ । ଗତକାଲି (ସୋମବାର) ଲଭଲିନା ବୋରଗୋହେନ ସୋସିଆଲ ମିଡିଆରେ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ତାଙ୍କୁ ପ୍ରଶିକ୍ଷଣ ପାଇଁ ସହଯୋଗ କରୁନଥିବା ତାଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ । ସୋସିଆଲ ମିଡିଆରେ ଏଖବର ଭାଇରାଲ ହେବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏବାବଦରେ ଟ୍ବିଟ କରି କହିଛି ଲଭଲିନା ବୋରଗୋହେନଙ୍କୁ ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେବାକୁ ଭାରତୀୟ ଅଲମ୍ପିକ ସଂଘକୁ ନିର୍ଦ୍ଦେଶ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.