ETV Bharat / sports

ଅଳ୍ପକେ ବର୍ତ୍ତିଲେ ହାମିଲଟନ, ଦୁର୍ଘଟଣାରେ ମର୍ସିଡିଜ ଚୁରମାର୍‌

author img

By

Published : Sep 13, 2021, 6:34 PM IST

ଇଟାଲିଆନ ଗ୍ରାଣ୍ଡପ୍ରିକ୍ସ(Italian Grand Prix) ରେସିଂ ସମୟରେ ଫର୍ମୁଲା ୱାନ ଟାଇଟେଲ ପ୍ରତିନ୍ଦ୍ବନ୍ଦ୍ବୀ ମାକ୍ସ ଭେରଷ୍ଟାପ୍ପେନଙ୍କ କାର୍‌ ସହିତ ହାମିଲଟନଙ୍କ ମର୍ସିଡିଜ ରେସିଂ କାର୍‌ ଧକ୍କା । ଅଧିକ ପଢନ୍ତୁ...

Lewis Hamilton save by halo at Italian GP after Monza crash
ଅଳ୍ପକେ ବଞ୍ଚିଗଲା ହାମିଲଟନଙ୍କ ଜୀବନ, ଦୁର୍ଘଟଣାରେ ମର୍ସେଣ୍ଡିସ୍‌ ଚୁରମାର୍‌

ହାଇଦ୍ରାବାଦ: ଏକ ବଡ ଅଘଟଣରୁ ବର୍ତ୍ତିଗଲେ ରେସିଂ ଷ୍ଟାର ଲିୱିସ ହାମିଲଟନ । ରବିବାର ଇଟାଲିଆନ ଗ୍ରାଣ୍ଡପ୍ରିକ୍ସ(Italian Grand Prix) ରେସିଂ ସମୟରେ ଫର୍ମୁଲା ୱାନ ଟାଇଟେଲ ପ୍ରତିନ୍ଦ୍ବନ୍ଦ୍ବୀ ମାକ୍ସ ଭେରଷ୍ଟାପ୍ପେନଙ୍କ କାର୍‌ ସହିତ ହାମିଲଟନଙ୍କ ମର୍ସିଡିଜ ରେସିଂ କାର୍‌ ଧକ୍କା ହୋଇଛି । ଦୁର୍ଘଟଣାର ଏତେ ଶକ୍ତିଶାଳୀ ଥିଲା ଯେ, ଦାମି ରେସିଂ କାର୍‌ ଚୁରମାର ହୋଇଯାଇଛି ।

  • It's days like today, I am reminded of how lucky I am. It takes a millisecond to go from racing to a very scary situation. Today someone must have been looking down, watching over me! #TeamLH: I'm so thankful for each and everyone of you, you are truly the best. Still we rise! pic.twitter.com/H2sGtXPKrr

    — Lewis Hamilton (@LewisHamilton) September 12, 2021 " class="align-text-top noRightClick twitterSection" data=" ">

ଭେରଷ୍ଟାପ୍ପେନଙ୍କ କାର୍‌ ହାମିଲଟନଙ୍କ ମର୍ସିଡିଜ ସହ ପିଟିହେବାପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୌଭାଗ୍ୟକ୍ରମେ ହାମିଲଟନଙ୍କ ଜୀବନ ବଞ୍ଚିଯାଇଛି । ବଡ ଦୁର୍ଘଟଣା ସତ୍ତ୍ବେ ନୂଆ ଜୀବନ ଫେରିପାଇଥିବା ହାମିଲଟନ ଟ୍ବିଟ୍‌ରେ ସେହି ଲୋମଟାଙ୍କୁରା ମୂହୂର୍ତ୍ତକୁ ବୟାନ କରିଛନ୍ତି ଓ ଭାଗ୍ୟବାନ ଥିବାରୁ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ।

ଭେରଷ୍ଟାପ୍ପେନଙ୍କ କାର୍‌ ସିଧା ହାମିଲଟନଙ୍କ ମର୍ସିଡିଜ ଉପରେ ପଡିଥିଲା ଓ ପଛ ଟାୟର ଚମ୍ପିଆନଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ତେବେ କାର୍‌ରେ ଥିବା ଅତ୍ୟାଧୁନିକ ହଲୋ ପ୍ରୋଟେକ୍‌ସନ ଡିଭାଇସ ଯୋଗୁଁ ଉଭୟ ଡ୍ରାଇଭର ବାହାରକୁ ଆସିପାରିଥିଲେ । ଏହି ଦୁର୍ଘଟଣା ପରେ ରେଡ ବଲ୍‌ ଚମ୍ପିଆନସିପ ଲିଡର ଭେରଷ୍ଟାପ୍ପେନଙ୍କୁ ଋଷିଆରେ ପରବର୍ତ୍ତୀ ରାଉଣ୍ଡ ପାଇଁ ୩ଟି ଗ୍ରିଡ ପେନାଲିଟି ସ୍ଥାନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.